ଭୁବନେଶ୍ବର: ବିମାନବନ୍ଦରଗୁଡିକରେ କଡାକଡି ହେଉନି କୋଭିଡ ନିୟମ । ସଠିକ ଭାବେ କୋଭିଡ ନିୟମ ପାଳନ ହେଉନଥିବାରକୁ ଉଦବେଗ ପ୍ରକାଶ କରିଛନ୍ତି ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶାଳୟ( ଡିଜିସିଏ) । ନିୟମ କଡାକଡି କରାଯିବ ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ଅଧ୍ୟକ୍ଷ ଓ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।
ଦେଶରେ କୋରୋନାର ଦ୍ବିତୀୟ ଲହରି ମାଡିବାରେ ଲାଗିଛି । କେତେକ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହୋଇଛି । ଏପରି ସ୍ଥଳରେ ବିମାନବନ୍ଦରଗୁଡିକରେ କୋଭିଡ ନିୟମ ଠିକ ପାଳନ ହେଉ ନାହିଁ । ଯାତ୍ରୀଙ୍କ ଯାଞ୍ଚ ମଧ୍ୟ କରାଯାଉନାହିଁ । ଫଳରେ ଯାତ୍ରୀମାନେ ଅସୁରକ୍ଷିତ ଭାବେ ଯାତାୟତ କରୁଛି । ଆଉ ଏହା ଦ୍ବାରା ସଂକ୍ରମଣ ଆହୁରି ବଢିବାର ଆଶଙ୍କା ଦେଖାଦେଇଛି । କୋଭିଡ ନିୟମ ବିମାନବନ୍ଦରରେ ଢିଲା ନିୟମକୁ ପରିଲକ୍ଷିତ କରିବା ପରେ ଡିଜିସିଏ ଆଜି ଏଭଳି ତାଗିଦ କରିଛି ।