ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ କୋଭିଡ ନିୟମ କଡ଼ାକଡ଼ି କଲା DGCA । ଏଣିକି ବିମାନ ଯାତ୍ରାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୁଣିଥରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।
ଏହି କଟକଣା ପୂର୍ବରୁ ଲାଗୁ ହୋଇଥିଲା । ମାତ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏହାକୁ ବାଧ୍ୟତାମୂଳକ କରାଯାଇନଥିଲା । ମାତ୍ର ପୁଣି ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଅନେକ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ କଟକଣାକୁ କଡାକଡି କରାଯିବ । ଗାଇଡ଼ଲାଇନ ଅନୁସାରେ ଯେଉଁମାନେ ନ ମାନିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।