ଓଡିଶା

odisha

ETV Bharat / city

ମମିତା ମେହେର ମାମଲାର ସଠିକ ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ମିିଳିବ: BJD

କଳାହାଣ୍ଡି ମମିତା ମେହେର ନିଖୋଜ ଘଟଣା । ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଅଧିକ ପଢନ୍ତୁ...

ଠିକ ଭାବେ ତଦନ୍ତ ହୋଇ ଦୋଷୀକୁ ଦଣ୍ଡିତ କରାଯିବ: ବିଜେଡି
ଠିକ ଭାବେ ତଦନ୍ତ ହୋଇ ଦୋଷୀକୁ ଦଣ୍ଡିତ କରାଯିବ: ବିଜେଡି

By

Published : Oct 19, 2021, 1:30 PM IST

Updated : Oct 19, 2021, 2:19 PM IST

ଭୁବନେଶ୍ବର:କଳାହାଣ୍ଡି ମମିତା ମେହେର ନିଖୋଜ ମାମଲା ଦିନକୁ ଦିନ ଘନେଇବାରେ ଲାଗିଛି । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ବିରୋଧୀଙ୍କ ଅଭିଯୋଗ ପରେ ମାମଲା ଆହୁରି ସମ୍ବେଦନଶୀଳ ହୋଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ।

ମମିତା ମେହେର ମାମଲାର ସଠିକ ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ମିିଳିବ: BJD

ଦେବୀ କହିଛନ୍ତି ଯେ, ଅଭିଯୋଗରେ ସତ୍ୟତା ରହିବା ଦରକାର । କେବଳ ଅଭିଯୋଗ କଲେ ହେବନି । ଦେଶର ଗୋଟିଏ ଆଇନ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ସମୟରେ ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଇନ ତା' ବାଟରେ ଯିବ । ତେଣୁ ଆଇନରେ କେହି ହସ୍ତକ୍ଷେପ କରୁନାହାନ୍ତି ।

ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ମିଡ଼ିଆରେ ଅଭିଯୋଗ ହେଉଛି । ମାତ୍ର ମନ୍ତ୍ରୀ ନିଜେ ହିଁ କହିଛନ୍ତି ଆଇନ ତା' ବାଟରେ ଯିବ । ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଠିକ ଭାବେ ତଦନ୍ତ ହୋଇ ଦୋଷୀକୁ ଦଣ୍ଡିତ କରାଯିବ । କେଉଁ ଦଳ ହିଟଲରଙ୍କ ପ୍ରଚାର କରନ୍ତି ସମସ୍ତେ ଜାଣନ୍ତି । ଗୋଟେ ମିଛକୁ ବାରମ୍ବାର କହିଲେ କିଛି ପ୍ରତୀୟମାନ ହୁଏ କହି ବିଜେପିକୁ ଟାର୍ଗେଟ କରିଛନ୍ତି ଦେବୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 19, 2021, 2:19 PM IST

ABOUT THE AUTHOR

...view details