ଓଡିଶା

odisha

ହେବନାହିଁ ୟୁଜି ଓ ପିଜି ପରୀକ୍ଷା, ସ୍ପଷ୍ଟ କଲେ ଉଚ୍ଚଶିକ୍ଷା ବିଭାଗ

ହେବନାହିଁ ୟୁଜି ଓ ପିଜି ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖାଯାଇଛି ।

By

Published : Dec 7, 2020, 7:12 PM IST

Published : Dec 7, 2020, 7:12 PM IST

ହେବନାହିଁ ୟୁଜି ଓ ପିଜି ପରୀକ୍ଷା
ହେବନାହିଁ ୟୁଜି ଓ ପିଜି ପରୀକ୍ଷା

ଭୁବନେଶ୍ବର: ଏଥର ହେବନାହିଁ ୟୁଜି, ପିଜି ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖାଯାଇଛି । ମହାମାରୀ କୋରୋନା ଯୋଗୁଁ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନରେ ସବୁ ପାଠପଢା ହୋଇପାରିନି । ତେଣୁ ଅନଲାଇନ ପାଠପଢାକୁ ଆଧାର କରି ଏବେ ପରୀକ୍ଷା କରାଯାଇପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ସ୍ପଷ୍ଟ କଲେ ଉଚ୍ଚଶିକ୍ଷା ବିଭାଗ

ତେଣୁ କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ହେବା ନେଇ ବିଚାର କରାଯାଉଥିବା ଉଚ୍ଚଶିକ୍ଷା ସଚିବ ଲେଖିଥିବା ଚିଠିରେ କୁହାଯାଇଛି । ଯେବେ କ୍ଲାସ ହେବ, ସେତେବେଳେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଏନେଇ ସବୁ ବିଶ୍ବବିଦ୍ୟାଳୟ ଓ ସରକାରୀ, ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ସଚିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details