ଓଡିଶା

odisha

By

Published : Aug 14, 2020, 10:14 PM IST

ETV Bharat / city

ପ୍ଲାଜମା ଥେରାପିରେ ଏସସିବିର ଉଲ୍ଲେଖନୀୟ ସଫଳତା, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ

ଏସସିବି ମେଡିକାଲ ପ୍ଲାଜମା ଥେରାପିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏସସିବି 100 ଜଣ କୋରୋନା ମୁକ୍ତ ରୋଗୀଙ୍କ ଠାରୁ ପ୍ଲାଜମା ହାସଲ କରିବା ସହ ସଫଳତା ସହ ପ୍ରୟୋଗ କରିପାରିଛି । ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ଲାଜମା ଥେରାପି ଟିମକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି । ଅଧିକ ପଢନ୍ତୁ...

ପ୍ଲାଜମା ଥେରାପିରେ ଏସସିବିର ଉଲ୍ଲେଖନୀୟ ସଫଳତା, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
ପ୍ଲାଜମା ଥେରାପିରେ ଏସସିବିର ଉଲ୍ଲେଖନୀୟ ସଫଳତା, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଏସସିବି ମେଡିକାଲ ପ୍ଲାଜମା ଥେରାପିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏସସିବି 100 ଜଣ କୋରୋନା ମୁକ୍ତ ରୋଗୀଙ୍କ ଠାରୁ ପ୍ଲାଜମା ହାସଲ କରିବା ସହ ସଫଳତା ସହ ପ୍ରୟୋଗ କରିପାରିଛି । ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ଲାଜମା ଥେରାପି ଟିମକୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି । ଏହି କାର୍ଯ୍ୟରେ ନିଯୁକ୍ତ ଥିବା ନୋଡାଲ ଅଫିସରଙ୍କୁ ମଧ୍ୟ ବିଭାଗ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି ।

ପ୍ଲାଜମା ଥେରାପିରେ ଏସସିବିର ଉଲ୍ଲେଖନୀୟ ସଫଳତା, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟରରେ ଲେଖାଯାଇଛି ଯେ, ‘100 ପ୍ରୋସିଡୁଅର ହାସଲ ପାଇଁ ତଥା 100 ଜଣ କୋରୋନା ମୁକ୍ତ ରୋଗୀଙ୍କ ଠାରୁ ପ୍ଲାଜମା ହାସଲ କରିବା ସକାଶେ ଏସସିବି ମେଡିକାଲର ପ୍ଲାଜମା ଥେରାପିର ଟିମକୁ ହାର୍ଦ୍ଦିକ ଅଭିନନ୍ଦନ । ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ନୋଡାଲ ଅଧିକାରୀ ଡ. ସ୍ମିତା ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ। ସ୍ୱାଧୀନତା ଦିବସ ଅବସରରେ ଦଳକୁ ଶୁଭେଚ୍ଛା ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details