ଓଡିଶା

odisha

ETV Bharat / city

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅପିଲ, ଜରୁରୀ ନଥିଲେ ଯାଆନ୍ତୁନି ମେଡିକାଲ - ରାଜ୍ୟବାସୀଙ୍କୁ ଅପିଲ

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅପିଲ । ନିହାତି ଭାବରେ ଜରୁରୀ ନଥିଲେ ମେଡିକାଲ ଯାଆନ୍ତୁ ନାହିଁ। ଅଧିକ ପଢନ୍ତୁ...

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅପିଲ
ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅପିଲ

By

Published : Apr 12, 2021, 2:23 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଅପିଲ । ନିହାତି ଭାବରେ ଜରୁରୀ ନଥିଲେ ମେଡିକାଲ ଆସନ୍ତୁ ନାହିଁ। ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତି ନେଇଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗ ଏନେଇ ଏକ ଗାଇଡ଼ଲାଇନ ଜାରି କରିଛି।

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅପିଲ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ। ଏନେଇ ସ୍ବାସ୍ଥ୍ୟ ବିଭାଗ ରାଜ୍ୟବାସୀଙ୍କୁ ଗୁରୁତ୍ବ ଦେଇ ନିହାତି ଜରୁରୀ ନଥିଲେ ମେଡିକାଲ ନଯିବାକୁ ପରାମର୍ଶ ଦେଇଛି । ଦୈନିକ ସଂକ୍ରମଣ ବଢୁଛି, ତେଣୁ ମେଡିକାଲ ଆସି ଗହଳି କରନ୍ତୁ ନାହିଁ କି, ଘରକୁ ସଂକ୍ରମଣ ନେଇ ଯାଆନ୍ତୁ ନାହିଁ ।

ମେଡିକାଲରେ ନିହାତି ଆବଶ୍ୟକ ନଥିଲେ ଅସ୍ତ୍ରୋପଚାର ଓ ସେବା ଯୋଗାଇ ଦିଆଯିବ ନାହିଁ। ସମସ୍ତ ମେଡିକାଲର ଡାକ୍ତର ମାନଙ୍କୁ କୁହାଯାଇଛି, ଓପିଡ଼ିକୁ ଆସୁଥିବା ରୋଗୀଙ୍କୁ ବାରମ୍ବାର ନଡାକି ଡାକ୍ତରମାନେ ରୋଗୀଙ୍କୁ 7 ରୁ 10 ଦିନ ପର୍ଯ୍ୟନ୍ତ ମେଡିସିନ ଦେବେ ତା ସହ ଏହି ବ୍ୟବଧାନରେ ଚେକିଂ ପାଇଁ ଡାକେଇବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details