ଓଡିଶା

odisha

ETV Bharat / city

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବ୍ୟୟ ଅଟକଳ ଅନୁମୋଦିତ - ବିଧାନସଭା ଖବର

ଚଳିତ ୨୦୨୨ - ୨୩ ଆର୍ଥିକ ବର୍ଷ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ସର୍ବମୋଟ ୨୨୧୭.୫୪ କୋଟି ଟଙ୍କାର ବ୍ୟୟ ଅଟକଳ ବିଧାନସଭା ଦ୍ଵାରା ଅନୁମୋଦିତ ହୋଇଛି । ସେଥିମଧ୍ଯରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭୬.୬୭ କୋଟି ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧୬୪୦.୮୭ କୋଟି ବ୍ୟୟ ବରାଦ କରାଯାଇଛି । ଅଧିକ ପଢନ୍ତୁ

ଜଙ୍ଗଲ ପରିବେଶ
ଜଙ୍ଗଲ ପରିବେଶ

By

Published : Jul 16, 2022, 8:48 PM IST

ଭୁବନେଶ୍ବର: ଚଳିତ ୨୦୨୨ - ୨୩ ଆର୍ଥିକ ବର୍ଷ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ସର୍ବମୋଟ ୨୨୧୭.୫୪ କୋଟି ଟଙ୍କାର ବ୍ୟୟ ଅଟକଳ ବିଧାନସଭା ଦ୍ଵାରା ଅନୁମୋଦିତ ହୋଇଛି । ସେଥିମଧ୍ଯରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭୬.୬୭ କୋଟି ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧୬୪୦.୮୭ କୋଟି ବ୍ୟୟ ବରାଦ କରାଯାଇଛି । ଏହା ଗତ ଆର୍ଥିକ ବର୍ଷର ବ୍ୟୟ ବରାଦ ଠାରୁ ୩୨୫.୯୪ କୋଟି ଟଙ୍କା ଅଧିକ ।

ବିଭାଗର ବ୍ୟୟ ଅଟକଳ ଅନୁମୋଦନ ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୃହରେ ଉପସ୍ଥାପନ କରିଥିଲେ । ବିଭିନ୍ନ ଦଳର ବିଧାୟକ ବିଭାଗର ବିଭିନ୍ନ ଯୋଜନାକୁ ନେଇ ଅଭିଯୋଗ ଓ ମତାମତ ଦେଇଛନ୍ତି । ବିରୋଧୀ ଦଳ ଉପନେତା ପରିବେଶ ପରିବର୍ତ୍ତନ ଯୋଗୁଁ ସମ୍ଭାବ୍ୟ ପରିସ୍ଥିତି ନେଇ ଗୃହକୁ ଅବଗତ କରିଛନ୍ତି । ତେଣୁ ଏହାର ମୁକାବିଲା ଲାଗି ସରକାର ଅଗୁଆ ପଦକ୍ଷେପ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ବିଭାଗରେ ହେଉଥିବା ଦୁର୍ନୀତି ନେଇ ସରକାରଙ୍କୁ ଘେରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ବିଭାଗ ଚଳିତ ୨୦୨୨/୨୩ ଆର୍ଥିକବର୍ଷରେ ୧୧୬୩୦୭ ହେକ୍ଟର ବନୀକରଣ କରିବା ପାଇଁ ପ୍ରତିଶୃତିବଦ୍ଧ । ଚଳିତ ଆର୍ଥିକ ବର୍ଷରେ ୪.୮୫ କୋଟି ଚାରା ରୋପଣ ଏବଂ ୪.୨୦ କୋଟି ଚାରା ବଣ୍ଟନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭାରତୀୟ ସର୍ବେକ୍ଷଣ ସଂସ୍ଥାର ୨୦୨୧ ମସିହା ଆକଳନ ଅନୁଯାୟୀ ଓଡ଼ିଶା ରାଜ୍ୟର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ପରିମାଣ ୫୨,୧୫୬ ବର୍ଗ କି.ମି । ଏହା ରାଜ୍ୟର ସମୁଦାୟ ଭୌଗଳିକ ଅଞ୍ଚଳର ୩୩.୫୦% ।

ସେହି ତୁଳନାରେ ଜାତୀୟ ସ୍ତରରେ ଏହି ହାର ୨୧.୭୧ % ଅଟେ । ୨୦୨୧/୨୨ ଆର୍ଥିକ ବର୍ଷରେ କାମ୍ପା ସମେତ କାର୍ଯ୍ୟକ୍ରମ ବ୍ୟୟର ବିଭିନ୍ନ ଯୋଜନା ଅଧୀନରେ ୧୦୪୦.୫୦ କୋଟି ଟଙ୍କା ବ୍ୟବହାର କରାଯାଇଛି । ୨୦୨୧/୨୨ ଆର୍ଥିକ ବର୍ଷରେ ୧୧,୨୨୫.୩୦ ହେକ୍ଟର ସଘନ ବନୀକରଣ, ୯୯,୧୪୩ ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନଃରୁଦ୍ଧାର ବନୀକରଣ କରାଯାଇଛି । ସମୁଦାୟ ୧,୧୦,୩୩୮.୩୦ ହେକ୍ଟର ବନୀକରଣ କରାଯାଇଛି । ଏତଦ ବ୍ୟତୀତ ୪୬୧୬.୬୦ ଦୈର୍ଘ୍ୟ କିମିର ପଥ ପାର୍ଶ୍ବ ବନୀକରଣ କରାଯାଇଛି । 2021-22 ଆର୍ଥିକ ବର୍ଷରେ ବିଭାଗର ବିଭିନ୍ନ ବନୀକରଣ ଯୋଜନା ଅନ୍ତର୍ଗତ ସମୁଦାୟ ୬.୧୩ କୋଟି ବୃକ୍ଷଚାରା ରୋପଣ ଏବଂ ବଣ୍ଟନ କରାଯାଇଛି । ମିଳିତ ବନ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ୧୬,୦୯୦ ଟି ବନ ସୁରକ୍ଷା ସମିତିର ସେବା ବ୍ୟବହାର କରି ପ୍ରାୟ ୧୩,୭୬୧ ବର୍ଗ କିଲୋମିଟର ଜଙ୍ଗଲକୁ ସୁରକ୍ଷିତ କରାଯାଇଛି ।

ଏହି ଯୋଜନାରେ ପ୍ରାୟ ୧୨.୨୪ ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଙ୍ଗଲ ଉତ୍ପାଦିତ ଦ୍ରବ୍ୟ ବଣ୍ଟନ କରାଯାଇଛି । ୫୯୧ ପରିବେଶ ବିକାଶ କମିଟି ଗଠନ କରାଯାଇଛି । 2022 ଗ୍ରୀଷ୍ମ ସମୟରେ ୨୯,୧୮୫ ବନାଗ୍ନି ମାମଲା ମଧ୍ୟରୁ ୨୬,୫୮୨ କୁ ସୁଚାରୁ ରୂପେ ଲିଭାଯାଇ ପାରିଛି । ୩୭ ବନଖଣ୍ଡରେ ୨୧୩ ଅଗ୍ନି ନିର୍ବାପକ ବର୍ଗ ନିୟୋଜିତ କରାଯାଇଛି । ୧୯୫୦୦ କି.ମି. ଅଗ୍ନି ସୀମା ରେଖା ପ୍ରସ୍ତୁତ ଓ ରକ୍ଷଣାବେକ୍ଷଣ କରାଯାଇଛି । ଏଥିରେ ୨୨୭୦ ସଂଖ୍ୟକ ସ୍ଥାନୀୟ ବେକାର ଯୁବକଙ୍କୁ ସୁରକ୍ଷା ଦାୟିତ ପାଇଁ ନିୟୋଜିତ କରାଯାଇଛି । ଅନଲାଇନରେ କାଠ ପରିବହନ ଅନୁମତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ଅବଧି ମଧ୍ୟରେ ପ୍ରାୟ ୧୧୯୩,୯୪ ହେକ୍ଟର ଜଙ୍ଗଲ ଜମିକୁ ଜଙ୍ଗଲ ଆଇନ ଅନୁସାରେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details