ଓଡିଶା

odisha

By

Published : Jul 27, 2021, 9:09 PM IST

ETV Bharat / city

କୋରୋନା କାଳରେ ଡେଙ୍ଗୁ ଆତଙ୍କ, ରାଜଧାନୀରେ ନେଲା ପ୍ରଥମ ମୁଣ୍ତ !

କୋରୋନା ପରେ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢାଇଲାଣି ଡେଙ୍ଗୁ ।ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ପରେ ବିଢିଲା ଚିନ୍ତା । ଅଧିକ ପଢନ୍ତୁ...

କୋରୋନା ନଯାଉଣୁ କୋପ ଦେଖାଇଲାଣି ଡେଙ୍ଗୁ, ଆସିଲା ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ
କୋରୋନା ନଯାଉଣୁ କୋପ ଦେଖାଇଲାଣି ଡେଙ୍ଗୁ, ଆସିଲା ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆତଙ୍କ । ପ୍ରଥମ ମୁଣ୍ଡ ନେଇଥିବା ଚର୍ଚ୍ଚା । ରାଜ୍ୟ ରାଜଧାନୀରେ କୋରୋନା ଭୟ ନସରୁଣୁ ଚିନ୍ତା ବଢାଇଲାଣି ଡେଙ୍ଗୁ ସମସ୍ୟା । ଦିନକୁ ଦିନ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ପ୍ରଭାବରେ ଭୁବନେଶ୍ବର ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ମୃତ୍ୟ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବିଏମସି ପରୋକ୍ଷରେ ଖଣ୍ଡନ କରି ତନାଘନା ଆରମ୍ଭ କରିଛି । ଏହା ଘରୋଇ ହସ୍ପିଟାଲରେ ହୋଇଥିବା ବେଳେ ରିପୋର୍ଟ ଆସନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଖବର ପରେ ମୃତକ ଟେଷ୍ଟିଂ କେଉଁଠି କରିଥିଲେ ? କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲା କି ନାହିଁ ଏସବୁ ତନାଘନା କରିଛି ବିଏମସି ।

କୋରୋନା ନଯାଉଣୁ କୋପ ଦେଖାଇଲାଣି ଡେଙ୍ଗୁ, ଆସିଲା ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ

ଦୈନିକ ଡୋର ଟୁ ଡୋର୍ ସର୍ଭିଲାନ୍ସ ଚାଲିଥିବା ବେଳେ ରାଜଧାନୀରେ ଏବେ ଯାଏଁ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଜାନୁଆରୀ ମାସରୁ ଏ ଯାଏଁ ୨୭୬ ଜଣ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବାବେଳେ ରାଜ୍ୟରୁ ୪୨୭ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ ହାରାହାରି ୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୬ ହଜାର ୬୯୬ଟି ଘରେ ସର୍ଭେ ହୋଇଥିବା ବେଳେ କେବଳ ରାଜଧାନୀରେ ୨ ହଜାର ୭୨୮ଟି ବ୍ରିଡିଂ ସାଇଟ୍ ଚିହ୍ନଟ ହୋଇଛି । ଏହାକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସହ ବ୍ୟକ୍ତିଗତ ସ୍ତରରେ ସଚେତନ ରହିବାକୁ କୁହାଯାଇଛି । ବର୍ତ୍ତମାନ ପ୍ରାୟ ପ୍ରତିଦିନ ୧୫ ରୁ ୨୦ କେସ୍ ଆସୁଛି । ଏପଟେ ବିଏମସି ଡେଙ୍ଗୁକୁ ଆୟତ୍ତ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି ।

କୋଭିଡ ସମୟରେ ଡେଙ୍ଗୁ ଆତଙ୍କ ରାଜଧାନୀରେ ଭୟର ବାତାବରଣ ସୃଷ୍ଟି କରିବା ଆରମ୍ଭ କରିଛି । ତେବେ ଘର ଚାରିପାଖେ ପାଣି ନ ଜମାଇବାକୁ କୁହାଯାଇଛି । ଏହାସହ ସପ୍ତାହକୁ ଥରେ ଘର ଚାରିପଟ ପାଣି ସଫା କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details