ଓଡିଶା

odisha

By

Published : Sep 23, 2021, 11:15 AM IST

ETV Bharat / city

ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ 7 କୋରୋନା ଆକ୍ରାନ୍ତ

ଆଜି(ଗୁରୁବାର) ରାଜ୍ୟରେ ଆଉ 7 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା 8157ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ 7 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ 7 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ କିଛିଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୧୦ ତଳେ ରହୁଛି । ଯାହା ରାଜ୍ୟବାସୀଙ୍କ ପାଇଁ ଗୋଟିଏ ଭଲ ଖବର । ଆଜି(ଗୁରୁବାର) ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ, କଟକ,ଯାଜପୁର ଖୋର୍ଦ୍ଧା, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡରୁ ଜଣେ ଲେଖାଁଏଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା 8157କୁ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୪୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୨ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୫୯୪ରେ ପହଞ୍ଚିଛି ।

ସଂକ୍ରମଣ କମିଛି ଓ ମୃତ୍ୟୁସଂଖ୍ୟାରେ ବି ହ୍ରାସ ହୋଇଛି । ହେଲେ ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details