ଓଡିଶା

odisha

ETV Bharat / city

ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ, ଦିନକରେ ପୁଣି ଗଲା 43 ଜୀବନ - death case

ଆଜି(ଶୁକ୍ରବାର) ଦିନକରେ ରାଜ୍ୟରେ ପୁଣି 43 ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ତିନି ହଜାର ଟପିଲା ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ...

ପୁଣି ଗଲା 43ଜୀବନ
ପୁଣି ଗଲା 43ଜୀବନ

By

Published : Jun 11, 2021, 1:26 PM IST

ଭୁବନେଶ୍ବର: ଥମିବାରେ ନାଁ ନେଉନାହିଁ ମୃତ୍ୟୁସଂଖ୍ୟା । ରାଜ୍ୟରେ ଦୈନିକ ସଂକ୍ରମଣରେ ବ୍ରେକ ଲାଗିଥିଲେ ବି ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ଆଜି(ଶୁକ୍ରବାର) ଦିନକରେ ରାଜ୍ୟରେ ପୁଣି 43 ଜୀବନ ନେଇଛି କିଲର କୋରୋନା ।

ଆଜି ମୃତକଙ୍କ ଭିତରେ ଅନୁଗୋଳରୁ 70ବର୍ଷୀୟ ପୁରୁଷ, ଦୁଇଜଣେ 75ବର୍ଷୀୟ ପୁରୁଷ, 50ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବାଳେଶ୍ବରରରୁ 37ବର୍ଷୀୟ ପୁରୁଷ, 40ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବରଗଡରୁ 60 ବର୍ଷୀୟ ପୁରୁଷ, 62ବର୍ଷୀୟ ମହିଳାଙ୍କର ଜୀବନ ଯାଇଥିବାବେଳେ ବୌଦ୍ଧରୁ ଜଣେ 81ବର୍ଷୀୟ ପୁରୁଷ, ଜଣେ 45ବର୍ଷୀୟ ପୁରୁଷ ଓ ଜଣେ 50ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ 79ବର୍ଷୀୟ ପୁରୁଷ ଜଣେ 55ବର୍ଷୀୟ ମହିଳା, ଜଣେ 76 ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଥିବାବେଳେ କଟକରୁ ଜଣେ 79 ବର୍ଷୀୟ ପୁରୁଷ, 76 ବର୍ଷୀୟ ମହିଳା, 64ବର୍ଷୀୟ ପୁରୁଷ ଓ ଜଣେ 55ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ ଜଣେ 44ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ଗଞ୍ଜାମରୁ ଜଣେ 48ବର୍ଷୀୟ ପୁରୁଷ ଓ ଜଣେ 48 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 75ବର୍ଷୀୟ ପୁରୁଷ, 42ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 45ବର୍ଷୀୟ ମହିଳା,50ବର୍ଷୀୟ ପୁରୁଷ,49ବର୍ଷୀୟ ମହିଳା ଓ 52ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡାରୁ ଜଣେ 48 ବର୍ଷୀୟ ପୁରୁଷ,ଜଣେ 47ବର୍ଷୀୟ ପୁରୁଷ ପୁରୀରୁ ଜଣେ 84ବର୍ଷୀୟ ମହିଳା ଓ 34ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଗଡାରୁ ଜଣେ 60ବର୍ଷୀୟ ପୁରୁଷ ଓ ଜଣେ 40ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ, ସମ୍ବଲପୁରରୁ ଜଣେ 23 ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ଯଥାକ୍ରମେ 64 ବର୍ଷୀୟ ମହିଳା, 44 ବର୍ଷୀୟ ପୁରୁଷ, 37ବର୍ଷୀୟ ପୁରୁଷ, 50ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3ହଜାର 210ଜଣ କୋରୋନାରେ ଆଖି ବୁଜିଲେଣି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details