ଭୁବନେଶ୍ବର:ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି ହେଲେ ମୃତ୍ୟୁ ସଂଖ୍ୟା କମ ହୋଇନାହିଁ । ଆଜି(ରବିବାର) ଦିନକରେ ରାଜ୍ୟରେ 40ଜଣ କୋରୋନା ରୋଗୀଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ 3590କୁ ବୃଦ୍ଧି ହୋଇଛି କୋରୋନା ମୃତ୍ୟୁ ସଂଖ୍ୟା ।
ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ଜଣେ 49ବର୍ଷୀୟ ମହିଳା,ବରଗଡରୁ 26ବର୍ଷୀୟ ପୁରୁଷ,ଜଣେ 60ବର୍ଷୀୟ ମହିଳା, 62ବର୍ଷୀୟ ମହିଳା,55ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀରରୁ 50ବର୍ଷୀୟ ମହିଳା, 67ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣେ 54ବର୍ଷୀୟ ପୁରୁଷ, 47ବର୍ଷୀୟ ମହିଳାଙ୍କର ମୃ୍ତ୍ୟୁ ହୋଇଥିବାବେଳେ କଟକରୁ 65ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷ, 31ବର୍ଷୀୟ ପୁରୁଷ,53ବର୍ଷୀୟ ପୁରୁଷ ଓ ଜଣେ 58ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ସେହିପରି ଗଞ୍ଜାମରୁ 35ବର୍ଷୀୟ ପୁରୁଷ,41ବର୍ଷୀୟ ପୁରୁଷ, ଜଣେ 26ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 50ବର୍ଷୀୟ ମହିଳା, ଜଣେ 21ବର୍ଶୀୟ ପୁରୁଷ ପୁରୁଷଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଖୋର୍ଦ୍ଧାରୁ ଜଣେ 58ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କୋରୋପୁଟରୁ 65ବର୍ଷୀୟ ମହିଳା, 41ବର୍ଷୀୟ ପୁରୁଷ,ଜଣେ 45ବର୍ଷୀୟ ପୁରୁଷ ଓ ଜଣେ 60ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ମାଲକାନଗିରିରୁ ଜଣେ 41ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ ଦୁଇଜଣେ 60ବର୍ଷୀୟ ପୁରୁଷ, 35ବର୍ଷୀୟ ପୁରୁଷ,45ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 70ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ପୁରୀରୁ ଜଣେ 55ବର୍ଷୀୟ ମହିଳା, 81ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଥିବାବେଳେ ରାୟଗଡାରୁ 24ବର୍ଷୀୟ ପୁରୁଷ, ଜଣେ 20ବର୍ଷୀୟ ମହିଳା,ଜଣେ 54ବର୍ଷୀୟ ମହିଳା ଓ ଜଣେ 50ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡରୁ ଜଣେ 55ବର୍ଷୀୟ ମହିଳା ଓ ଜଣେ 50ବର୍ଷୀୟ ମହିଳା ଆଖି ବୁଜିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ