ଓଡିଶା

odisha

ETV Bharat / city

କାୟା ମେଲାଉଛି କୋରୋନା, ରାଜ୍ୟରୁ ଦିନକରେ ସର୍ବାଧିକ 52 ମୃତ

ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା । ଦିନକରେ ରାଜ୍ୟରେ ସର୍ବାଧିକ 52ଜଣଙ୍କ ଜୀବନ ନେଲା ମହାମାରୀ କୋରୋନା । ଅଧିକ ପଢନ୍ତୁ...

By

Published : Jul 5, 2021, 9:34 AM IST

ଦିନକରେ 52 ମୃତ
ଦିନକରେ 52 ମୃତ

ଭୁବନେଶ୍ବର:ଉପରମୁହାଁ ମୃତ୍ୟୁସଂଖ୍ୟା ।ରାଜ୍ୟରେ ସବୁଦିନର ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା । ଆଜି(ସୋମବାର) ଗୋଟିଏ ଦିନରେ 52ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ 9ଜଣଙ୍କ ଜୀବନ ନେଇଛି ମହାମାରୀ । ଲକଡାଉନ, ସଟଡାଉନ ନିୟମ କଡାକଡି କରାଯିବା ସତ୍ତ୍ବେ କାହିଁକି କମୁନି ଆକ୍ରାନ୍ତ ତଥା ମୃୃତ୍ୟୁ ହାର ସେନେଇ ସମୀକ୍ଷା ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ ।

ଆଜିର ମୃତକଙ୍କ ମଧ୍ୟରୁ ବରଗଡରୁ 65ବର୍ଷୀୟ ପୁରୁଷ, 60ବର୍ଷୀୟ ପୁରୁଷ, 53ବର୍ଷୀୟ ପୁରୁଷ, 55ବର୍ଷୀୟ ମହିଳା, 70ବର୍ଷୀୟ ମହିଳା, ଭଦ୍ରକରୁ 58ବର୍ଷୀୟ ମହିଳା, ଭୁବନେଶ୍ବରରୁ 48ବର୍ଷୀୟ ମହିଳା, 60ବର୍ଷୀୟ ପୁରୁଷ, 51ବର୍ଷୀୟ ପୁରୁଷ, 56ବର୍ଷୀୟ ପୁରୁଷ, 59ବର୍ଷୀୟ ପୁରୁଷ,ବୌଦ୍ଧରୁ 44ବର୍ଷୀୟ ମହିଳା, କଟକରୁ 45ବର୍ଷୀୟ ମହିଳା,62ବର୍ଷୀୟ ପୁରୁଷ, ଢେଙ୍କାନାଳରୁ 60ବର୍ଷୀୟ ପୁରୁଷ, ଗଞ୍ଜାମରୁ 52ବର୍ଷୀୟ ପୁରୁଷ, 53ବର୍ଷୀୟ ମହିଳା, 60ବର୍ଷୀୟ ମହିଳା, 55ବର୍ଷୀୟ ପୁରୁଷ, 26ବର୍ଷୀୟ ଯୁବକ,ଝାରସୁଗୁଡାରୁ 41ବର୍ଷୀୟ ପୁରୁଷ, କଳାହାଣ୍ଡିରୁ 45ବର୍ଷୀୟ ମହିଳା, 50ବର୍ଷୀୟ ପୁରୁଷ, 55ବର୍ଷୀୟ ମହିଳା, 49ବର୍ଷୀୟ ପୁରୁଷ. 58ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଦମାଳରୁ 58ବର୍ଷୀୟ ପୁରୁଷ, 45ବର୍ଷୀୟ ପୁରୁଷ,କେନ୍ଦ୍ରପଡାରୁ 36ବର୍ଷୀୟ ମହିଳା , 52ବର୍ଷୀୟ ପୁରୁଷ, 47ବର୍ଷୀୟ ପୁରୁଷ, 36ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ସେହିପରି କେନ୍ଦୁଝରରୁ 68 ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ 58ବର୍ଷୀୟ ମହିଳା, 62ବର୍ଷୀୟ ପୁରୁଷ, 31ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 28ବର୍ଷୀୟ ମହିଳା, 27ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ନୟାଗଡରୁ 54ବର୍ଷୀୟ ମହିଳା, 55ବର୍ଷୀୟ ମହିଳା, ପୁରୀରୁ 43ବର୍ଷୀୟ ମହିଳା, 58ବର୍ଷୀୟ ମହିଳା, 39ବର୍ଷୀୟ ପୁରୁଷ, 44ବର୍ଷୀୟ ପୁରୁଷ, 62ବର୍ଷୀୟ ମହିଳା, ସମ୍ବଲପୁରରୁ 61ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 38ବର୍ଷୀୟ ପୁରୁଷ, 43 ବର୍ଷୀୟ ପୁରୁଷ, 64 ବର୍ଷୀୟ ପୁରୁଷ, 66 ବର୍ଷୀୟ ପୁରୁଷ ଓ ଜଣେ 48 ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details