ଓଡିଶା

odisha

By

Published : Sep 1, 2021, 10:42 AM IST

ETV Bharat / city

ରାଜ୍ୟରେ ୮ ହଜାର ପାର କୋରୋନା ମୃତ୍ୟୁସଂଖ୍ୟା

କିଛି ଦିନ ହେବ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ୬୦ରୁ ଅଧିକ ଥିବାବେଳେ ଆଜି(ବୁଧବାର) ଆଉ ପୁଣି ଆଉ ୫୩ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ରାଜ୍ୟରେ ୮ହଜାର ପାର ମୃତ୍ୟୁସଂଖ୍ୟା
ରାଜ୍ୟରେ ୮ହଜାର ପାର ମୃତ୍ୟୁସଂଖ୍ୟା

ଭୁବନେଶ୍ବର:ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଘାତକ କୋରୋନା । କିଛି ଦିନ ହେବ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ୬୦ରୁ ଅଧିକ ଥିବାବେଳେ ଆଜି(ବୁଧବାର) ଆଉ ପୁଣି ଆଉ ୫୩ଜଣଙ୍କ ଜୀବନ ନେଇଛି ମହାମାରୀ ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ଓ କେନ୍ଦୁଝରରୁ ୬ ଲେଖାଏଁ ଆଖି ବୁଜିଛନ୍ତି । ଏହାବାଦ କଟକ ଓ ପୁରୀରୁ ୫ ଜଣ ଲେଖାଏଁ, ଯାଜପୁରରୁ ୪, କେନ୍ଦ୍ରାପଡ଼ାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଅନୁଗୋଳ, ବଲାଙ୍ଗୀର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ କୋରୋନାରେ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮୦୨୨କୁ ବୃଦ୍ଧି ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୨୪ ଘଣ୍ଟାରେ ୭୧୯ କୋରୋନା ମାମଲା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୮ ହଜାର ୪୬୯ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୧୫୯ଟି ସକ୍ରିୟ ମାମଲା ଥିବାବେଳେ ୯୯୩୨୩୫ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ କମିଥିଲେ ବି ବିପଦ ଟଳିନାହିଁ । ମହାମାରୀକୁ ମୁକାବିଲା କରିବାକୁ ହେଲେ ସମସ୍ତଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details