ଭୁବନେଶ୍ବର: ଜୋର ଧରିଛି ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ଗାନ୍ଧୀ ମାର୍ଗରେ ଗର୍ଜିଲା ପଶ୍ଚିମ ଓଡିଶା ଓକିଲ ସଂଘ । ପଶ୍ଚିମ ଓଡ଼ିଶାର ଶହ ଶହ ଓକିଲ ସରକାରଙ୍କୁ ସେମାନଙ୍କର ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ।
ତେବେ ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର ଓକିଲ ମାନେ ଏକାଠି ହୋଇ ଲୋୟର ପିଏମଜିରେ ଏକାଠି ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ରେ ସରକାର ବିରୋଧୀ ନାରାବାଜି କରିଥିଲେ । ସେମାନଙ୍କ ଦାବି ପୂରଣ ନେଇ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଆଲୋଚନା ଓ ପ୍ରତିଶୃତି ଦେଇଥିବା ବେଳେ ଏଯାବତ ଏହି ଦିଗରେ କୌଣସି କାର୍ଯ୍ୟକାରୀ ହୋଇନାହିଁ । ଏହାକୁ ନେଇ ସଂଘ ଉଦବେଗ ପ୍ରକାଶ କରିଥିବା ବେଳେ କାହିଁକି ଆମ ପ୍ରତି ସରକାର ଏଭଳି ବୈମାତୃକ ଭାବ ଦେଖାଉଛନ୍ତି ବୋଲି ଏନେଇ ଦାବି କରିଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାର ସ୍ବାର୍ଥକୁ ନଜରରେ ରଖି ସରକାର ଏ ଦିଗରେ କ୍ରିୟାଶୀଳ ହୁଅନ୍ତୁ ବୋଲି ଦାବି କରିଛି ସଂଘ ।
ତେବେ ଏନେଇ ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ନ ଶୁଣନ୍ତି ଶୁଣନ୍ତି ବା ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେପଶ୍ଚିମ ଓଡିଶାରୁ ଆସି ଭୁବନେଶ୍ବରରେ ଆନ୍ଦୋଳନ କରିଥିବା ସଂଘ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରିବ । ଯାହାର ସ୍ବର ପୁରା ଓଡିଶାରେ ଶୁଣା ଯିବା ନେଇ ଚେତାବନୀ ଦେଇଛନ୍ତି ।