ଓଡିଶା

odisha

By

Published : Jul 22, 2021, 1:47 PM IST

ETV Bharat / city

ମଣିଷ ଶରୀରରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଡେଲଟା: ILS ନିର୍ଦ୍ଦେଶକ

ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଭାଇରସ୍ । ପ୍ରଥମ ଲହରରେ ଭାଇରସ୍ ମଣିଷ ଦେହରେ 15 ଦିନ ରହୁଥିଲା । ଦ୍ୱିତୀୟ ଲହରରେ ଏହି ଡେଲଟା ଭାଇରସ୍ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି । ଅଧିକ ପଢନ୍ତୁ...

ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଡେଲଟା ଭାଇରସ: ILS ନିର୍ଦ୍ଦେଶକ
ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଡେଲଟା ଭାଇରସ: ILS ନିର୍ଦ୍ଦେଶକ

ଭୁବନେଶ୍ବର:ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଡେଲଟା ଭାଇରସ । ପ୍ରଥମ ଲହରରେ ଭାଇରସ ମଣିଷ ଦେହରେ 15 ଦିନ ରହୁଥିଲା। ଦ୍ୱିତୀୟ ଲହରରେ ଦେଖାଯାଉଛି ଏହି ଡେଲଟା ଭାଇରସ ମାସେ ପର୍ଯ୍ୟନ୍ତ ମଣିଷ ଦେହରେ ସକ୍ରିୟ ରହୁଛି ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା । ଡେ଼ଲଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲୋକେ କୋଭିଡ କଟକଣା ମାନୁ ଥିବାରୁ କିଛି ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଛି।

ମଣିଷ ଦେହରେ ମାସେ ପର୍ଯ୍ୟନ୍ତ ସକ୍ରିୟ ରହୁଛି ଡେଲଟା ଭାଇରସ: ILS ନିର୍ଦ୍ଦେଶକ

ଲୋକଙ୍କର ବ୍ୟବହାର, ଭ୍ୟାକ୍ସିନେସନ ଓ ଭାଇରସ ଯଦି ରୂପ ବଦଳାଏ ତେବେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଡେ଼ଲ୍ଟା ଭାଇରସ ଯୋଗୁଁ ଦ୍ଵିତୀୟ ଲହର ଭୟଙ୍କର ହେଲା । ସାରା ଦେଶରେ 65 ହଜାର ସିକ୍ୟୁଏନ୍ସିଙ୍ଗ କରାଯାଇଛି । ଏଥିରୁ 96 ପ୍ରତିଶତ ଲୋକ ଡେ଼ଲ୍ଟା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଓଡ଼ିଶାରେ 93 ପ୍ରତିଶତ ଲୋକ ଡେ଼ଲଟା ଭାଇରସ ଦ୍ୱାରା ସଂକ୍ରମିତ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details