ଭୁବନେଶ୍ବର: ଖୁବଶୀଘ୍ର ବିଧାନସଭା ଅଧିବେଶନ ଉପରେ ହୋଇପାରେ ନିଷ୍ପତ୍ତି । ଯେହେତୁ ନିୟମ ଅନୁସାରେ ସେପ୍ଟେମ୍ବର 30 ଭିତରେ ବିଧାନସଭା ଅଧିବେଶନ ବସିବାର ରହିଛି l ତେଣୁ ଅଧିବେଶନ କେମିତି ବସିବ ସେନେଇ ସଂସଦ ସଚିବଙ୍କ ସହ ପୁଣି ଆଲୋଚନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର l ଦୁଇ ଦିନ ଭିତରେ ସଂସଦ ପକ୍ଷରୁ ଲିଖିତ ଗାଇଡଲାଇନ ମିଳିବା ପରେ ସେହି ଅନୁସାରେ ଅଧିବେଶନ ବସିବା ନେଇ ନିଷ୍ପତ୍ତି ନିଆଯିବ l ତେବେ ବିଧାନସଭାରେ ଏଥର ପ୍ରଶ୍ନକାଳ ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ l ବିଧାନସଭା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଶାସକ ଦଳ କହିଛି ସହମତେ ବସିବ ଅଧିବେଶନ l
ଏନେଇ ପୁଣି ବିଚାରବିମର୍ଶ ଆରମ୍ଭ କରିଛନ୍ତି ବାଚସ୍ପତି । ଏଥର ଅଧିବେଶନ ସଂସଦୀୟ ଢାଞ୍ଚାରେ ବିଧାନସଭା ବସିବାର ସମ୍ଭାବନା ରହିଛି । ଏନେଇ ସଂସଦର ସଚିବଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କୋଭିଡ୍ ଗାଇଡ ନିୟମ ଓ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଓ ସଂସଦ ଅଧିବେଶନ ପାଇଁ ଯେଉଁ ନିୟମ ପ୍ରସ୍ତୁତ ହୋଇଥିବା ତାହା ଆସିବ ସଂସସରୁ । ଆଉ ଏହି ଗାଇଡଲାଇନ୍ ପାଇବା ପରେ ଏହାଉପରେ ବିଚାରବିମର୍ଶ କରି ବିଧାନସଭା ଅଧିବେଶନ ଡକାଯିବ ବୋଲି ବାଚସ୍ପତି କହିଛନ୍ତି ।