ଭୁବନେଶ୍ବର: 3 ମାସର ମହଲତ ପରେ ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡାକଡି ହେବ ନୂଆ ମଟରଯାନ ଆଇନ । ଗତ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହୋଇଥିଲା ନୂଆ ମଟରଯାନ ଆଇନ । ତେବେ ଲୋକଙ୍କର ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ଏହାକୁ 3ମାସ ପର୍ଯ୍ୟନ୍ତ କୋହଳ କରିଥିଲେ ।
ବଢିବନି ଡେଡଲାଇନ୍, ଡିସେମ୍ବର ପହିଲାରୁ ନିୟମ କଡାକଡି
ଶେଷ ହେଉଛି କୋହଳ ସମୟସୀମା । ଡିସେମ୍ବର ପହିଲାରୁ କଡାକଡି ଭାବେ ରାଜ୍ୟରେ କାର୍ଯ୍ୟକାରୀ ହେବ ନୂଆ ମଟରଯାନ ଆଇନ ।
ପଦ୍ମନାଭ ବେହେରା
କିନ୍ତୁ ଆସନ୍ତା ଡିସେମ୍ବର ପହିଲାରୁ ପୁଣିଥରେ ଏହି ଆଇନ ରାଜ୍ୟରେ କଡାକଡି କାର୍ଯ୍ୟକାରୀ ହେବ । ଆଜି ଏସଂପର୍କରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଆଉ କୋହଳର କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ । ଆଇନ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ