ଓଡିଶା

odisha

ETV Bharat / city

ବାତ୍ୟା ‘ଫନି’ ମୃତ୍ୟୁ ସଂଖ୍ୟା 43କୁ ବୃଦ୍ଧି

'ଫନି' ଯିବାର ସପ୍ତାହେ ବିତିଲାଣି । ହେଲେ ଏବେ ବି ବଢୁଛି ମୃତକଙ୍କ ସଂଖ୍ୟା । ଶନିବାର 2 ଜଣଙ୍କ ମୃତ୍ୟୁ ନେଇ ରିପୋର୍ଟ ଆସିଛି । ଏହାକୁ ମିଶାଇ ଏବେ ମୋଟ ବାତ୍ୟା ମୃତ୍ୟୁ ସଂଖ୍ୟା 43ରେ ପହଞ୍ଚିଛି ।

By

Published : May 11, 2019, 5:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା 'ଫନି' ଯିବାର ସପ୍ତାହେ ବିତିଲାଣି । ହେଲେ ଏବେ ବି ବଢୁଛି ମୃତକଙ୍କ ସଂଖ୍ୟା । ଶନିବାର 2 ଜଣଙ୍କ ମୃତ୍ୟୁ ନେଇ ରିପୋର୍ଟ ଆସିଛି । ଏହାକୁ ମିଶାଇ ଏବେ ମୋଟ ବାତ୍ୟା ମୃତ୍ୟୁ ସଂଖ୍ୟା 43ରେ ପହଞ୍ଚିଛି ।

ତେବେ 'ଫନି' ର ତାଣ୍ଡବ ପରେ ଏବେ ଯାଏଁ ବି ଅଣ୍ଟା ସଳଖି ଛିଡା ହୋଇପାରିନାହିଁ କ୍ଷତିଗ୍ରସ୍ତ ଇଲାକା । ଇତି ମଧ୍ୟରେ ଏକ ସପ୍ତାହ ହୋଇଥିବା ବେଳେ ଧିରେ ଧିରେ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଆସୁଛି ବାତ୍ୟା ମୃତ୍ୟୁ ଖବର । ତେବେ ପୂର୍ବରୁ ପୁରୀରେ ସର୍ବାଧିକ 21, କେନ୍ଦ୍ରାପଡାରେ 3, ମୟୂରଭଞ୍ଜରେ 4, ଯାଜପୁରରେ 4, କଟକରେ 6, ଖୋର୍ଦ୍ଧାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ତେବେ 'ଫନି' ପ୍ରକୋପରେ 14 ଜିଲ୍ଲାର 1କୋଟି 65 ଲକ୍ଷ 30 ହଜାର 900 ଲୋକ ପ୍ରଭାବିତ ହୋଇଛନ୍ତି । 5 ଲକ୍ଷ 8 ହାଜର 467 ଘର ଭାଙ୍ଗିଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details