ଭୁବନେଶ୍ବର:ଲଘୁଚାପଜନିତ ବର୍ଷାରେ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା ପର୍ଯ୍ୟନ୍ତ ସବୁ କଳବଲ । ଯେଉଁଆଡେ ଦେଖିବ ଖାଲି ପାଣି ଆଉ ପାଣି । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ଡାକ୍ତଖାନାରେ । ଏହାରି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଗୋଟିଏ କୁକୁରର ଜୀବନ ଚାଲିଯାଇଛି ।
ଭୁବନେଶ୍ବର ଜିଜିପି କଲୋନୀ କେନାଲ ରୋଡ଼ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ମୁକୁଳା ହୋଇ ପଡ଼ିଥିବା ଏକ ଟ୍ରାନ୍ସଫର୍ମରର ତାର ଛିଣ୍ଡି ରାସ୍ତାରେ ପଡ଼ିଥିବାରୁ କରେଣ୍ଟ ଲାଗି କୁକୁରର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏଠି ପ୍ରଶ୍ନ ଉଠୁଛି, କୁକୁର ଜାଗାରେ ଯଦି ଜଣେ ମଣିଷ ସେଇ ରାସ୍ତାରେ ଯାଇଥାନ୍ତା, ତେବେ ପରିସ୍ଥିତି କଣ ହୋଇଥାନ୍ତା । ବିଦ୍ୟୁତ ବିଭାଗରେ କାର୍ଯ୍ୟ ଉପରେ ବଡ ପ୍ରଶ୍ନ ଉଠିଛି ।