ଓଡିଶା

odisha

ETV Bharat / city

ମୃତ ସଂଯୁକ୍ତା ଦିଗାଲଙ୍କୁ କେତେ ମିଳିବ କ୍ଷତିପୂରଣ?

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ଆଗରୁ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଛନ୍ତି ପୁଲିଂ ଅଧିକାରୀ ସଂଯୁକ୍ତା ଦିଗାଲ। ତାଙ୍କୁ ସହାୟତା ଦେବା ନେଇ କଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା ।

By

Published : Apr 17, 2019, 9:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ତିନି ମାସର ମାନସିକ ତଥା ଆର୍ଥିକ ନିର୍ଯାତନା ସହିଥିଲେ । ପରେ ଗତ ମାର୍ଚ୍ଚ 3ରେ କାର୍ଯ୍ୟରେ ଯୋଗ ଦେଇଥିଲେ ସଂଯୁକ୍ତା ଦିଗାଲ । ଆଜି ସେ ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ସହାୟତା ଦେବା ନେଇ କଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା ।

ନିର୍ବାଚନ କମିଶନଙ୍କ ସଂଶୋଧିତ ସହାୟତା ରାଶି ଅନୁସାରେ ଯଦି ନିର୍ବାଚନ କାର୍ଯ୍ୟ ସମ୍ପାଦନ ସମୟରେ କୌଣସି କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ 15 ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଯଦି ସଡକ ଦୁର୍ଘଟଣା, ମାଓବାଦୀ ଆକ୍ରମଣ, ବୋମା ବିସ୍ଫୋରଣ କିମ୍ବା ଅଘଟଣରେ ମୃତ୍ୟୁ ହୁଏ ତେବେ 30 ଲକ୍ଷ ଟଙ୍କା ସହାୟତା ଦେବାର ବ୍ୟବସ୍ଥା ରହିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେହିଭଳି ଯଦି ଦିବ୍ୟାଙ୍ଗ ହୁଅନ୍ତି ଏହି ରାଶି 7 ଲକ୍ଷ 50 ହଜାର ଟଙ୍କା ରହିବ । ଯଦି କୌଣସି ଦୁର୍ଘଟଣା ଜନିତ ହୁଏ ତା ହେଲେ ଏହା ଦୁଇ ଗୁଣା ସହାୟତା ରାଶି ମିଳିବ । ଏହି ଅର୍ଥରାଶି କେନ୍ଦ୍ର ଓ ରାଜ୍ୟ ଉଭୟ ପ୍ରଦାନ କରିବେ । ଲୋକସଭା ନିର୍ବାଚନ କ୍ଷେତ୍ରରେ କେନ୍ଦ୍ର ସରକାର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ରାଜ୍ୟ ସରକାର ଏହି ଅର୍ଥରାଶି ଭରଣା କରିବେ । ଯଦି ଏକା ସମୟରେ ଦୁଇଟି ଯାକ ନିର୍ବାଚନ ହେଉଛି, ତାହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ଅଧା ଅଧା ଭରଣା କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details