ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରାସ୍ତାରେ ବିଧାୟକ ଓ ସାଂସଦ । କୋରୋନା ମୁକାବିଲା ସମସ୍ତେ ହୋଇଛନ୍ତି ଏକଜୁଟ । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019-20 ଆର୍ଥିର ବର୍ଷର ବିଧାୟକ ପାଣ୍ଠିରୁ ରାଶି ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଯେଉଁ ଅର୍ଥରେ ସମସ୍ତ ପ୍ରତିକାର ଓ ପ୍ରସ୍ତୁତ କରାଯିବ ।
କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେଉଛି ବିଧାୟକ, ସାଂସଦ ପାଣ୍ଠି - corona update
କୋରୋନା ଲଢେଇ ଲଢିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସାଂସଦ ଓ ବିଧାୟକମାନେ ନିଜ ନିଜର ପାଣ୍ଠିକୁ ଦାନ କରୁଛନ୍ତି । ଅଧିକ ପଢନ୍ତୁ...
କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେଉଛି ବିଧାୟକ, ସାଂସଦ ପାଣ୍ଠି
ଏହାପରେ ରାଜ୍ୟସଭାର ସାଂସଦ ଅମର ପଟ୍ଟନାୟକ କୋରୋନା ପାଇଁ ନିଜ ପାଣ୍ଠିରୁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଦେଇଛନ୍ତି । ତେବେ ଏହି ରାସ୍ତାରେ ଅନ୍ୟ ସାଂସଦମାନେ ମଧ୍ୟ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 3 ମାସର ଦରମା 3 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ