ଓଡିଶା

odisha

ETV Bharat / city

ଗୁରୁଦ୍ୱାରରେ ଝୁଲନ୍ତା ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଗୁରୁଦ୍ୱାର ପରି ପବିତ୍ର ସ୍ଥାନରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ କାଞ୍ଜିଆହୁଡା ବସ୍ତିର ସୁବାଷ ନାୟକ । ମୃତଦେହ ଉଦ୍ଧାର ହେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

By

Published : Jun 13, 2019, 9:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ଗୁରୁଦ୍ବାର ପ୍ରାର୍ଥନାଗୃହରୁ ଝୁଲନ୍ତା ମୃତଦେହ ମିଳିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି । ଖାରବେଳନଗର ଥାନା ଅନ୍ତର୍ଗତ ଗୁରୁଦ୍ବାର ସିଂ ସଭାର ପ୍ରାର୍ଥନା ଗୃହରୁ ଉଦ୍ଧାର ହୋଇଛି ଏକ ଝୁଲନ୍ତା ମୃତଦେହ । ମୃତକଙ୍କ ନାମ ସୁବାଷ ନାୟକ । ସେ ବିଗତ ଗୋଟିଏ ବର୍ଷ ଧରି ଗୁରୁଦ୍ବାର ସିଂ ସଭାରେ କାମ କରୁଥିଲେ । ମୃତକଙ୍କ ବେକରେ ଲୁଗା ଲାଗିଥିବା ବେଳେ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବାର ଜଣାପଡିଛି । ହାତରେ ମଧ୍ୟ ଦାଗ ରହିଥିବାରୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣା ନେଇ ଗୁରୁଦ୍ବାର ଭିତରେ ଦେଖାଦେଇଛି ଉତ୍ତେଜନା । ମୃତକ ରହୁଥିବା କାଞ୍ଜିଆହୁଡା ବସ୍ତିର ଲୋକେ ଗୁରୁଦ୍ବାର ସମ୍ମୁଖରେ ହୋ ହାଲ୍ଲା କରିବା ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ତେବେ ଗୁରୁଦ୍ବାର ମ୍ୟାନେଜର କହିଛନ୍ତି ସେ ଦୀର୍ଘ ଦିନ ଧରି ଏଠାରେ କାର୍ଯ୍ୟ କରୁଥିଲା । ତା ବାପା ମଧ୍ୟ କାମ କରନ୍ତି । ଉଭୟ ଭଲ କାମ କରୁଥିଲେ । ତେବେ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details