ଭୁବନେଶ୍ବର: ସୋମବାର ରାଜ୍ୟରେ 303 ସେସନ ସାଇଟରେ କୋଭିଡ ଟୀକାକରଣ ହୋଇଛି। ଆଜି ୨୬୦୦୮ ଜଣ ସ୍ବାସ୍ଥ୍ୟସେବା ହିତାଧିକାରୀଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୨୪୭୧୯ ଜଣ ହିତାଧିକାରୀ (95 ପ୍ରତିଶତ ) ଟିକା ନେଇଛନ୍ତି।
ଆଜି ରାଜ୍ୟରେ 24 ହଜାର ୭୧୯ ନେଲେ ଟିକା - ଓଡିଶାରେ କୋରୋନା ଟିକାକରଣ
ରାଜ୍ୟରେ କୋଭିଡ୍ ଟିକାକରଣର ଅଷ୍ଟମ ଦିନ । ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୨୪୭୧୯ ଜଣ ହିତାଧିକାରୀ (95 ପ୍ରତିଶତ ) ଟିକା ନେଇଛନ୍ତି । ଟିକା ନେବା ପରେ କେହି ହୋଇନାହାନ୍ତି ଅସୁସ୍ଥ ।
ଆଜି ରାଜ୍ୟରେ 24 ହଜାର ୭୧୯ ନେଲେ ଟିକା
ଆଜି ଟିକାକରଣରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦୃଷ୍ଟିଗୋଚର ହୋଇନାହିଁ।
ତେବେ ଫେବୃଆରୀ 10 ସୁଦ୍ଧା ରାଜ୍ୟର ସମସ୍ତ 3.50 ଲକ୍ଷ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ COVID-19 ଟୀକାର ପ୍ରଥମ ଡୋଜର ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ପରେ ଫେବୃଆରୀ 14 ରୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ ।