ଭୁବନେଶ୍ବର:କୋରୋନା କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଏଥିପାଇଁ ଶେଷ ହୋଇଛି ଫାଇନାଲ ପରେଡ ରିହରସଲ। କୋରୋନା ପାଇଁ ଚଳିତ ବର୍ଷ ମଧ୍ୟ କୌଣସି ପରେଡ଼ ହେବ ନାହିଁ । ପରେଡରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ । କେବଳ ଜାତୀୟ ପତାକାକୁ ସଲାମୀ ଦିଆଯିବ।
ଆଉ ଦିନକ ପରେ ସ୍ବାଧୀନତା ଦିବସ, ରାଜ୍ୟସ୍ତରୀୟ ସମାରୋହ ପାଇଁ ସରିଲା ରିହରସଲ
କୋରୋନା କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ଏଥିପାଇଁ ଶେଷ ହୋଇଛି ଫାଇନାଲ ପରେଡ ରିହରସଲ। ଅଧିକ ପଢନ୍ତୁ...
ଆଉ ଦିନକ ପରେ ସ୍ବାଧିନତା ଦିବସ, ରାଜ୍ଯସ୍ତରୀୟ ସମାରୋହ ସରିଲା ଫାଇନାଲ ରିହଲସଲ
ମୁଖ୍ୟ ଅତିଥି ଯୋଗଦେଇ ପତାକା ଉତ୍ତୋଳନ କରିବେ। । ଏଥିପାଇଁ ମାତ୍ର ୪ ପ୍ଲାଟୁନ ଦ୍ୱାରା ଦିଆଯିବ ସଲାମୀ । ଏସଏସବିଏନର ଗୋଟିଏ ପ୍ଲାଟୁନ, ଓଏସଏଏପିର ଗୋଟିଏ, ଓଡ୍ରାଫର ଗୋଟେ ପ୍ଲାଟୁନ ଏବଂ ଓଡିଶା ୬ ଓ ୭ ମ ବାଟାଲିୟନର ଷ୍ଟେଟ ବ୍ୟାଣ୍ଡ ଅଂଶ ଗ୍ରହଣ କରିବେ । ଯାହାର ସମୀକ୍ଷା କରିଛନ୍ତି ପୋଲିସ ଡିଜି,ପୋଲିସ କମିଶନର ,ଇଣ୍ଟେଲିଜେନସ ଡାଇରେକ୍ଟର, I&PR ସଚିବ ଓ ଭୁବନେଶ୍ୱର ଡିସିପି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Aug 13, 2021, 2:33 PM IST