ଭୁବନେଶ୍ବର: ଫେବୃଆରୀ 10ରେ ‘ମୋ ସରକାର’ରେ ମିଶିବ ରାଜସ୍ବ ବିଭାଗ । Odisha right to public serviceରେ ଯେଉଁ ସବୁ ମାମଲା ଏବେ ମଧ୍ୟ ପଡ଼ି ରହିଛି ତାହାକୁ ଫେବୃୟାରୀ 5 ସୁଦ୍ଧା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରେ 10 ତାରିଖରେ ମୋ ସରକାରକୁ ଆସିବାକୁ ସକ୍ଷମ ହେବ ବିଭାଗ ।
ରାଜସ୍ବ ବିଭାଗ ଯୋଡି ହେବାପରେ ଯେଉଁଦିନ ରେଜିଷ୍ଟ୍ରର ଅଫିସରେ ପଞ୍ଜିକରଣ ହେବ, ସେହିଦିନ ଅପରାହ୍ଣରେ ସମସ୍ତ ରେଜିଷ୍ଟ୍ରେସନ ତଥ୍ୟ ମିଳିବ । ଫେବୃୟାରୀ 1ରୁ ଏହା ଲାଗୁ ହେବ । ପରେ ଏପ୍ରିଲ 1ରୁ ଘଣ୍ଟାକ ମଧ୍ୟରେ ମିଳିବ ସମସ୍ତ କାଗଜପତ୍ର । ଏଥିପାଇଁ ଯେଉଁ ତହସିଲଦାରଙ୍କ ବକେୟା କାମ ରହିଛି, ସେମାନଙ୍କ ଛୁଟି ବାତିଲ କରିଛି ରାଜସ୍ବ ବିଭାଗ ।