ଓଡିଶା

odisha

ETV Bharat / city

ଡମ୍ପିୟାର୍ଡ ନେଉଛି ନନ୍ଦନକାନନ ପଶୁପକ୍ଷୀଙ୍କ ଜୀବନ: ସୁର ରାଉତରାୟ - Daruthenga dumping yard issue

ନନ୍ଦନକାନରେ ଆଖି ବୁଝୁଛନ୍ତି ଗୋଟିଏ ପରେ ଗୋଟିଏ ପଶୁପକ୍ଷୀ । ତେବେ ଏତେ ସଂଖ୍ୟକ ପଶୁପକ୍ଷୀଙ୍କ ମୃତ୍ୟୁ ପଛରେ କାରଣ ହେଉଛି ଦାରୁଠେଙ୍ଗ ଡମ୍ପିୟାର୍ଡ ବୋଲି ଦାୟୀ କରିଛନ୍ତି ବିଧାୟକ ସୁର ରାଉତରାୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Sep 23, 2019, 7:57 PM IST

ଭୁବନେଶ୍ବର: ନନ୍ଦନକାନନରେ ପଶୁ ମଡ଼କ । କେବଳ ହାତୀ ନୁହଁନ୍ତି, କିଛିଦିନ ମଧ୍ୟରେ ଏଠାରେ ଅନେକ ପଶୁପକ୍ଷୀଙ୍କ ଜୀବନ ଗଲାଣି । ତେବେ ଏତେ ସଂଖ୍ୟକ ପଶୁପକ୍ଷୀଙ୍କ ମୃତ୍ୟୁ ପଛରେ କାରଣ ହେଉଛି ଦାରୁଠେଙ୍ଗ ଡମ୍ପିୟାର୍ଡ । ଯାହାକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ଦାରୁ ଠେଙ୍ଗ ଡମ୍ପିୟାର୍ଡ ନେଉଛି ନନ୍ଦନକାନନ ପଶୁପକ୍ଷୀଙ୍କ ଜୀବନ: ସୁର ରାଉତରାୟ

ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଭୁବନେଶ୍ବର ମହାନଗର ନିଗମର ସବୁ ଅଳିଆ ଓ ଆବର୍ଜନା ଏବେ ପାହାଡ଼ ପରି ଗଦା ହେବାରୁ ସେ ଅଞ୍ଚଳ ଏବେ ଦୂଷିତ ହୋଇପଡିଛି । ଏଠାରୁ ଜନ୍ମିତ ହୋଇଛି ଭୂତାଣୁ । ଏପରିକି ଏହି ସଂକ୍ରମଣ ଅଳିଆ ଗଦା ପାଇଁ ବ୍ୟାପକ ରୂପ ନେଉଛି ।

ଏହି ଆର୍ବଜନା ପାଇଁ ବର୍ତ୍ତମାନ ସୁଦ୍ଧା 5ଟି ହାତୀ, ଧଳା ବାଘ, ନୀଳ ଗାଈ, ଗଣ୍ଡା, ହରିଣ ଭଳି ପଶୁପକ୍ଷୀ ମୃତ୍ୟୁମୁଖରେ ପଡିଛନ୍ତି । ତେବେ ଆଗାମୀ ଦିନରେ ଏହା ପାଇଁ ପଦକ୍ଷେପ ନନେଲେ ଧାରଣା ଦିଆଯିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details