ଭୁବନେଶ୍ବର:ବିମାନବନ୍ଦର ଆଖ ପାଖରେ ଥିବା ସୁଉଚ୍ଚ ଅଟ୍ଟାଳିକାରେ ସତର୍କ ସଂକେତ ନଥିବା ବିମାନ ପାଇଁ ବିପଦପୂର୍ଣ। ସତର୍କ ସଂକେତ ଭାବରେ ଅଟାଳିକାରେ ଲାଲ ଲାଇଟ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବା ପ୍ରତି ବିପଦ ଡାକି ଆଣିବ ଉଚ୍ଚ ଅଟ୍ଟାଳିକା। ବିମାନବନ୍ଦରର ଆଖ ପାଖ ଅଞ୍ଚଳରେ ଥିବା ସୁଉଚ୍ଚ ଅଟାଳିକାରେ ନାହିଁ ସତର୍କ ସଂକେତ ଲାଲ ଲାଇଟ। ଏଥିପାଇଁ ଏହା ଲଗାଇବା ଜରୁରୀ ସର୍ଭିଲାନ୍ସ ନିରୀକ୍ଷଣ ସମୟରେ ଅଧିକାଂଶ ଅଟ୍ଟାଳିକାରେ ଲାଇଟ ଲାଗିନଥିବା ଜଣାପଡିଥିଲା। ଏପରିକି ଯେଉଁଠି ଲାଇଟ ରହିଛି ସେଠାରେ ମଧ୍ୟ ଲାଇଟ ଅନ୍ଧାରରେ ରହୁଛି। ଯାହା ବିମାନ ଚାଳଚଳ ପ୍ରତି ବିପଦ ସୃଷ୍ଟି କରିପାରେ। ତେବେ ଏହାକୁ ନେଇ ଏବେ ଏହାକୁ ନେଇ ଏବେ ପଦକ୍ଷେପ ନିଆଯାଉଛି ।