ଓଡିଶା

odisha

ବଢୁଛି ଅମଲାତନ୍ତ୍ର-ଲୋକ ପ୍ରତିନିଧି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଦାମ

By

Published : May 8, 2022, 8:57 AM IST

ରାଜ୍ୟରେ ଅମଲାତନ୍ତ୍ରର ପ୍ରାଧାନ୍ୟ ବଢିଛି । ଫଳରେ ଅମଲାତନ୍ତ୍ର-ଲୋକ ପ୍ରତିନିଧି ମୁହାଁମୁହିଁ ହେଉଛନ୍ତି । ଦିନକୁ ଦିନ ଏହି ଘଟଣା ବଢିଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ । ଅଧିକ ପଢନ୍ତୁ

ବଢୁଛି ଅମଲାତନ୍ତ୍ର-ଲୋକ ପ୍ରତିନିଧି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଦାମ
ବଢୁଛି ଅମଲାତନ୍ତ୍ର-ଲୋକ ପ୍ରତିନିଧି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଦାମ

ଭୁବନେଶ୍ବର: ରାଜ୍ୟରେ ଅମଲାତନ୍ତ୍ରର ପ୍ରାଧାନ୍ୟ ବଢିଛି । ଫଳରେ ଅମଲାତନ୍ତ୍ର-ଲୋକ ପ୍ରତିନିଧି ମୁହାଁମୁହିଁ ହେଉଛନ୍ତି । ଦିନକୁ ଦିନ ଏହି ଘଟଣା ବଢିଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ । ଦାମ କହିଛନ୍ତି ଯେ, "ଅମଲାତନ୍ତ୍ରର ଲୋକ ପ୍ରତିନିଧିଙ୍କ ପ୍ରତି ଟିକେ ଭୟ ରହିବା କଥା । ସେମାନେ ଯଦି ଭୟ ଭୁଲି ଲୋକ ପ୍ରତିନିଧିଙ୍କୁ ଭଲ ବ୍ୟବହାର କରୁନାହାଁନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ । ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସମ୍ବଲପୁର ଯାଇଥିଲେ । ସରକାରୀ ଅଧିକାରୀଙ୍କ ବ୍ୟବହାର ବାବଦରେ ଲୋକେ ବିଜୁ ବାବୁଙ୍କୁ ଜଣାଇଥିଲେ । ଯଦି ସରକାରୀ ଅଧିକାରୀ ଭଲ ବ୍ୟବହାର କରୁନାହାନ୍ତି, ତାଙ୍କୁ ବାଡେଇବାକୁ ବିଜୁ ବାବୁ ପରାମର୍ଶ ଦେଇଥିଲେ ।"

ବଢୁଛି ଅମଲାତନ୍ତ୍ର-ଲୋକ ପ୍ରତିନିଧି ବିବାଦ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ଦାମ

ବରିଷ୍ଠ ନେତା ଦାମୋଦର ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, "ଅମଲାତନ୍ତ୍ର ଏବେ ଏକପାଖିଆ କାର୍ଯ୍ୟ କରୁଛି । ଏହା ଜମା ଭଲ କଥା ନୁହେଁ । ଏହାକୁ ମୁଖ୍ୟମନ୍ତ୍ରୀ ଦେଖିବା କଥା । ଏହାର ସମାଧାନ କରିବା ଉଚିତ । କ୍ରୋଧ ସୃଷ୍ଟି ହେଲେ ଅଘଟଣ ଘଟେ । ଓଡିଶାରେ ଥିବା ଉଚ୍ଚ ଗଣତାନ୍ତ୍ରିକ ପରମ୍ପରାକୁ ଭାରତୀୟ ଜନତା ପାର୍ଟି ଛିନଛତ୍ର କରୁଛି । ସେ ପ୍ରଭାବରେ କଂଗ୍ରେସର କିଛି ବିଧାୟକ ମଧ୍ୟ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଉଚିତ ବ୍ୟବହାର କରୁନାହାନ୍ତି । ବିଜେପିର ସାଂସଦ ତଥା ମନ୍ତ୍ରୀ ବିଶେଶ୍ବର ଟୁଡୁ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ନେଇ ଥାନାରେ ଅଭିଯୋଗ ହୋଇଛି । ଦେବଗଡ ବିଧାୟକ ଜଣେ ବିଡିଓଙ୍କୁ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।"

BDOଙ୍କ ଅଭିଯୋଗର ପ୍ରମାଣ ମିଳିବା ପରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଯଦି ପୋଲିସ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଲା ତେବେ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ କାହିଁକି କରୁଛନ୍ତି । ମୟୁରଭଞ୍ଜରେ ତାଙ୍କ ଦଳର ନେତା ସରକାରୀ ଅଧିକାରୀଙ୍କୁ ଆକ୍ରମଣ କଲେ ସେ ନେଇ କାହିଁକି କିଛି କହୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକ ପ୍ରତିନିଧିଙ୍କ ଆଚରଣ ଓ ଉଚ୍ଚାରଣ ଭଦ୍ର ହେବା କଥା । କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ହେବା କଥା । ସେମାନଙ୍କର ଏଭଳି ଆଚରଣ ଗଣତନ୍ତ୍ରରେ ଶୁଭଙ୍କର ନୁହେଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details