ଓଡିଶା

odisha

ETV Bharat / city

‘ଫନି’ ପାଇଁ ସହାୟତାର ହାତ ବଢାଇଲେ ଦଲାଇଲାମା, ଘୋଷଣା କଲେ 10 ଲକ୍ଷ ଟଙ୍କାର ଅନୁଦାନ

ବାତ୍ୟା ‘ଫନି’ ପରେ ମୁକାବିଲା ପାଇଁ 10 ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି ଦଲାଇଲାମା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@DalaiLama

By

Published : May 6, 2019, 2:30 PM IST

ଭୁବନେଶ୍ବର: ବାତ୍ୟା ‘ଫନି’ ପରେ ମୁକାବିଲା ପାଇଁ 10 ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି ଦଲାଇଲାମା । ଏହାସହ ‘ଫନି’ ପ୍ରଭାବରେ ଘଟିଥିବା କ୍ଷତି ପାଇଁ ଦଲାଇଲାମା ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ବାତ୍ୟା ସମୟରେ ଘଟିଥିବା ଜୀବନ ହାନୀ ପାଇଁ ଶୋକପ୍ରକାଶ କରିବା ସହ ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କୁ ଭଗବାନ ସହାୟତା କରିବେ ବୋଲି ପ୍ରାର୍ଥନା କରିଛନ୍ତି ।

ଏହାସହ ବାତ୍ୟା ସମୟରେ ରାଜ୍ୟ ନେଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଂଶସା କରିଛନ୍ତି । ତେବେ ଏହି 10 ଲକ୍ଷ ଟଙ୍କା ଦଲାଇ ଲାମା ଟ୍ରଷ୍ଟରୁ ଦିଆଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details