ଓଡିଶା

odisha

By

Published : May 23, 2021, 3:58 PM IST

Updated : May 23, 2021, 7:57 PM IST

ETV Bharat / city

26ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ

ଅବପାତରେ ପରିଣତ ହେଲା ଲଘୁଚାପ। ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ ୟସ। ୨୬ ତାରିଖ ସନ୍ଧ୍ୟାରେ ଉପକୂଳ ଅତିକ୍ରମ କରିବ ଏହି ବାତ୍ୟା। ଅଧିକ ପଢନ୍ତୁ...

26ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ
26ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ

ଭୁବନେଶ୍ବର: ଅବପାତରେ ପରିଣତ ହେଲା ଲଘୁଚାପ। ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ ୟସ। ୨୬ ତାରିଖ ସନ୍ଧ୍ୟାରେ ଉପକୂଳ ଅତିକ୍ରମ କରିବ ଏହି ବାତ୍ୟା।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇ ସାରିଛି। ସୋମବାର ସୁଦ୍ଧା ବାତ୍ୟାର ରୂପ ନେବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୫୫-୧୬୫ କିମି ରହିବ।

26ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ

୨୪ ତାରିଖରେ ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ।

୨୬ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ। ମଧ୍ୟରାତ୍ର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ବାତ୍ୟାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ । କିଛି କିଛି ସ୍ଥାନରେ ପବନର ବେଗ 40 ରୁ 50 କିମି ରହିବ।

25 ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହେବ । କ୍ରମଶଃ ୨୬ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି କିଛି ଜିଲ୍ଲାରେ ୨୦ ସେମି ବର୍ଷା ସମ୍ଭାବନା ରହିଛି।

ଉପକୂଳରେ 25 ତାରିଖରୁ ପବନର ବେଗ ୪୦ ରୁ ୫୦ କିମି ବେଗରେ ପବନ ବୋହିବ। କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ,ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ।

ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହେବ। କୌଣସି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ର ଭିତରେ ଅଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 23, 2021, 7:57 PM IST

ABOUT THE AUTHOR

...view details