ଓଡିଶା

odisha

ETV Bharat / city

ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା ବୈଠକ, 6ଟି ବ୍ଲକରେ ଅଧିକ ବର୍ଷା

ବାତ୍ୟା ବୁଲବୁଲକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ । ଏସଆରସି, ମୁଖ୍ୟ ଶାସନ ସଚିବ, କୃଷି ସଚିବ ଓ ଗୃହ ସଚିବ ବୈଠକରେ ଉପସ୍ଥିତ ରହିଛନ୍ତି।

By

Published : Nov 9, 2019, 2:55 PM IST

ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା ବୈଠକ

ଭୁବନେଶ୍ବର: ବାତ୍ୟା ବୁଲବୁଲକୁ ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ । ଏସଆରସି, ମୁଖ୍ୟ ଶାସନ ସଚିବ, କୃଷି ସଚିବ ଓ ଗୃହ ସଚିବ ବୈଠକରେ ଉପସ୍ଥିତ ରହିଛନ୍ତି। ତେବେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ ବାତ୍ୟା ପରିସ୍ଥିତି ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଲୋକସେବା ଭବନରେ ବାତ୍ୟା ‘ବୁଲବୁଲ’ ସମୀକ୍ଷା ବୈଠକ

ସୂଚନା ଅନୁଯାୟୀ ଭିଡିଓ କନଫରେନ୍ସ ଜରିଆରେ ଓଡିଶା ଓ ପଶ୍ଚିମବଙ୍ଗ ସହ ବାତ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି । ବାତ୍ୟା ବୁଲବୁଲର କ’ଣ ପ୍ରଭାବ ରହିଛି ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନାରେ ସ୍ପଷ୍ଟ ହୋଇଛି କି ରାଜ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିଶେଷ ଭାବେ ପ୍ରଭାବିତ ହୋଇଛି । ଏଥିସହ 6ଟି ବ୍ଲକରେ ଅଧିକ ବର୍ଷା ହୋଇଛି ।

ଭଦ୍ରକ ଧାମରାରେ ଘଣ୍ଟାପ୍ରତି 110 କିଲୋମିଟର ବେଗରେ ପବନ ବୋହୁଥିବା ସୂଚନା ମିଳିଛି । ତେଣୁ ଭାଙ୍ଗି ଯାଇଥିବା ଗଛ ସବୁକୁ ସନ୍ଧ୍ୟା ସୁଦ୍ଧା ସଫା କରି ରୋଡ କ୍ଲିୟର କରିବା ପାଇଁ ଟାର୍ଗେଟ ରଖାଯାଇଛି । ଅନ୍ୟପଟେ 6 ଲକ୍ଷ ହେକ୍ଟର ଚାଷଜମିରୁ 40 ପ୍ରତିଶତ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଏହାର କେନ୍ଦ୍ର୍ରୀୟ ଟିମ ତଦନ୍ତ କରିବା ସହ କ୍ଷୟକ୍ଷତି ଆକଳନ ପାଇଁ ସୂଚନା ଦିଆଯିବ ।

ତେବେ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଜଣାପଡିବା ପରେ ସବିଶେଷ ରିପୋର୍ଟ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ଏଥିସହ ଏଯାବତ 2416 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଜଣାପଡିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details