ଓଡିଶା

odisha

ଆସୁଛି ସମ୍ଭାବ୍ୟ ବାତ୍ୟା, ବଦଳିବ ବଙ୍ଗୋପସାଗରରେ ପାଗ

By

Published : May 2, 2022, 10:13 PM IST

ଆସୁଛି ସମ୍ଭାବ୍ୟ ବାତ୍ୟା । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ବାତ୍ୟା ସମ୍ଭାବନା ନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ ଚିତ୍ର । ତେବେ ୫ ତାରିଖରୁ ବଙ୍ଗୋପସାଗରରେ ପାଗ ବଦଳିବ । ଅଧିକ ପଢନ୍ତୁ

ଆସୁଛି ସମ୍ଭାବ୍ୟ ବାତ୍ୟା, ବଦଳିବ ବଙ୍ଗୋପସାଗରରେ ପାଗ
ଆସୁଛି ସମ୍ଭାବ୍ୟ ବାତ୍ୟା, ବଦଳିବ ବଙ୍ଗୋପସାଗରରେ ପାଗ

ଭୁବନେଶ୍ବର: ଆସୁଛି ସମ୍ଭାବ୍ୟ ବାତ୍ୟା । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ବାତ୍ୟା ସମ୍ଭାବନା ନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ ଚିତ୍ର । ତେବେ ୫ ତାରିଖରୁ ବଙ୍ଗୋପସାଗରରେ ପାଗ ବଦଳିବ । ଲଘୁଚାପ ହେବା ପରେ ଲ୍ୟାଣ୍ଡଫଲର ଡେଷ୍ଟିନେସନ ଜଣାପଡିବ । ତେବେ ଓଡିଶା ଉପକୂଳରେ ହିଟ୍ ନେଇ ଅଧିକାଂଶ ମଡେଲ ଆକଳନ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଲଘୁଚାପ ।

ଆସୁଛି ସମ୍ଭାବ୍ୟ ବାତ୍ୟା, ବଦଳିବ ବଙ୍ଗୋପସାଗରରେ ପାଗ
ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ’ ମାସରେ ବଙ୍ଗୋପସାଗରରେ ବାତ୍ୟା ହେଉଛି । ଆଉ ଏବେ ପୁଣି ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାରୁ ବାତ୍ୟା ଆଶଙ୍କା ବଢିବାରେ ଲାଗିଛି ।ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମେ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହାର ପ୍ରଭାବରେ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନ ୪୦ରୁ ୫୦ କି.ମି ବେଗରେ ବହିପାରେ । ସେହିପରି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଭଦ୍ରକ, ଯାଜପୁର ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ସହ କାଳବୈଶାଖୀ ସମୟରେ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details