ଓଡିଶା

odisha

ETV Bharat / city

Cyclone Update: 8ରେ ବାତ୍ୟା, 10ରେ ଛୁଇଁବ ଉପକୂଳ ! - ବାତ୍ୟା ଅପଡେଟ

୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

Cyclone Update: ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା
Cyclone Update: ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା

By

Published : May 6, 2022, 12:39 PM IST

Updated : May 6, 2022, 1:12 PM IST

ଭୁବନେଶ୍ବର: ଆସନ୍ତା ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହେବ । ଏହା ୭ ତାରିଖରେ ଅବପାତ ରୂପ ନେବ ଏବଂ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ବାତ୍ୟାରେ ରୂପାନ୍ତରିତ ହେବା ପରେ ଏହା 10 ତାରିଖରେ ଉପକୂଳ ଛୁଇଁପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍ ଯୋଗେ ସୂଚନା ଦେଇଛି ।

ଅନ୍ୟପଟେ ରାଜ୍ୟରେ ୬ଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଏବଂ ପୁରୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେଉଛି । କାଳବୈଶାଖୀ ପ୍ରଭାବରେ ଆଜି 22 ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ 30ରୁ 40 କିମି ବେଗରେ ପବନ ବହିପାରେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 6, 2022, 1:12 PM IST

ABOUT THE AUTHOR

...view details