ଭୁବନେଶ୍ବର: ଲୋକଙ୍କ ସହଯୋଗ ଲୋଡିଛି ବାଲୁଖଣ୍ଡ । କାରଣ ଏହା ହେଉଛି ସେହି ବାଲୁଖଣ୍ଡ ଯେଉଁଠି ଫନି ଆସି ସ୍ଥଳଭାଗ ଛୁଇଁବ । ଝାଉଁ ଜଙ୍ଗଲ ଘେରା ଏହି ବାଲୁଖଣ୍ଡରେ ଯଦି ଫନି ମାଡ଼ ହୁଏ ତେବେ ଜୈବ ମଣ୍ଡଳ ଉପରେ ସିଧା ପ୍ରଭାବ ପଡିବ । ଫନି ମାଡ଼ରେ ସତ୍ତା ହରାଇପାରେ ବାଲୁଖଣ୍ଡ ।
ତେବେ ଏହି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସମସ୍ତଙ୍କ ସହଯୋଗ ଲୋଡିଛି ବାଲୁଖଣ୍ଡ । ଯାହା ତତ୍ତ୍ବାବଧାନରେ ଏହି ଅଭୟାରଣ୍ୟ ଆଜି ଜୀବନ୍ତ ଭାବେ ଉଭା ହୋଇଛି ତାର ମାଲିକ ଅର୍ଥାତ ଡିଭିଜନାଲ ଫରେଷ୍ଟ ଅଫିସର ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡିଛନ୍ତି ।
ଜଙ୍ଗଲରୁ ହରିଣ ସବୁ ଇତସ୍ତତଃ ହୋଇ ବୁଲିବେ । ତେଣୁ କାହାରିକୁ ଆଘାତ ନଦେଇ ସୁରକ୍ଷା ଦେବାକୁ ଅପିଲ କରିଛି ବନବିଭାଗ । ଏପରିକି ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମଧ୍ୟ ସୁରକ୍ଷା ବାର୍ତ୍ତା ଦିଆଯାଇଛି । ସତର୍କତା ଅବଲମ୍ବନ କାଟିବ ସହିତ କିପରି ସୁରକ୍ଷିତ ରହିବେ ସେ ନେଇ ଗୁରୁତ୍ବ ଦେଇଛନ୍ତି ସ୍ଥାନୀୟ ବନଖଣ୍ଡ ଡିଏଫଓ ।
ଆପଣଙ୍କୁ ଜଣାଇ ଦିଆଯାଉଛି କି କୋଣାର୍କ ପିରି ମେରାଇନ ଡ୍ରାଇଭ ଦେଇ ଗଲାବେଳେ ପଡେ ବାଲୁଖଣ୍ଡ । ଏହା ଏକ ଅଭୟାରଣ୍ୟ ଭାବେ ବେଶ ପରିଚିତ । ଏହି ଜଙ୍ଗଲରେ ଅନେକ ବିରଳ ହରିଣ ରହିଥାନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ