ଭୁବନେଶ୍ବର: ଦ୍ରୁତ ବେଗରେ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ଫନି’ । ଆଗୁଆ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା । ଆସନ୍ତାକାଲି (ଶୁକ୍ରବାର) ସନ୍ଧ୍ୟା 5ଟା 30 ନୁହେଁ ବଂର ସକାଳ 10ରୁ 12 ଟା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ମୁଖପାତ୍ର ।
ଆଗୁଆ ଆସିବ ‘ଫନି’, ଦିନ 10ଟାରୁ 12 ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ - landfall
ଆଗୁଆ ସ୍ଥଳଭାଗ ଛୁଇଁବ ଫନି । ଆସନ୍ତାକାଲି ଦିନ 10ଟାରୁ 12 ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@SRC_Odisha
ତେବେ ଯେହେତୁ ବାତ୍ୟା ଆଗୁଆ ଆସୁଛି ସେଥିପାଇଁ ସବୁ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ କୁହାଯାଇଛି । ଏହା ସହ ଆଗୁଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ କୁହାଯାଇଛି । ପାଖାପାଖି 8 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଥିବାରୁ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ