ଓଡିଶା

odisha

ETV Bharat / city

ଫନିରେ ଘାଇଲା ହେଲା ଓଡିଶା: 1 କୋଟିରୁ ଊର୍ଦ୍ଧ୍ବ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ

ଫନିରେ ଶ୍ରୀହୀନ ହୋଇପଡିଛି ଓଡିଶା । ସେଥିମଧ୍ୟରୁ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା । ଏହି ପ୍ରଳୟଙ୍କାରୀ ବାତ୍ୟାରେ ୧ କୋଟି ୧ ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ।

By

Published : May 4, 2019, 12:05 PM IST

Updated : May 4, 2019, 1:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ଫନିରେ ଶ୍ରୀହୀନ ହୋଇପଡିଛି ଓଡିଶା । ସେଥିମଧ୍ୟରୁ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା । ଏହି ପ୍ରଳୟଙ୍କାରୀ ବାତ୍ୟାରେ ୧ କୋଟି ୧ ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆସନ୍ତାକାଲି ସକାଳ ସୁଦ୍ଧା ୧୦ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ ପ୍ରୟାସ ଜାରି ରହିଛି । ପାନୀୟ ଜଳ ଯୋଗାଣ ଲାଗି ଜେନେରେଟର ସାହାଯ୍ୟରେ ଓ୍ଵାଟର ଟ୍ୟାଙ୍କର ବ୍ୟବସ୍ଥା ହୋଇଛି ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଫନି ପ୍ରଭାବରେ ରାଜଧାନୀରେ 20 ହଜାରରୁ ଊର୍ଦ୍ଧ୍ବ ବୃକ୍ଷ ଉପୁଡି ପଡିଥିବା ସୂଚନା ମିଳିଛି । ଏହାସହ ବାତ୍ୟା ପ୍ରଭାବରେ ରବି ଫସଲ ଉଜୁଡି ପଡିବା ସହ ଅନେକ ଗୁଡିଏ ମାଟି ଘର ଭାଙ୍ଗି ନଷ୍ଟ ହୋଇଯାଇଛି ।

ଏସଆରସିଙ୍କ କହିବା ଅନୁସାରେ, ବିଭିନ୍ନ ଟେଲିକମ ନେଟୱାର୍କିଂ ସଂସ୍ଥା ସହ ଆମେ ଆଲୋଚନା କରିଛୁ । ଏହାସହ ବାତ୍ୟା ପ୍ରଭାବିତ ଲୋକଙ୍କୁ ଯଥାଶୀଘ୍ର ସେବା ଯୋଗାଇବାକୁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ଫନିରେ ଏବେ ସୁଦ୍ଧା କେତେ ଲୋକଙ୍କ ମୃତ୍ୟୁ ହୋଇଛି ସେ ବିଷୟରେ ସଠିକ ତଥ୍ୟ ହସ୍ତଗତ ହୋଇପାରିନାହିଁ ।

ସୂଚନା ଅନୁସାରେ, ବାତ୍ୟା ସମୟରେ ପୁରୀରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପଵନ ବହିଥିଲା । ଭୁବନେଶ୍ୱରରେ ତାଠାରୁ କମ୍ ବେଗ ଥିଲା । ତେବେ ଆଇଏମଡି ରିପୋର୍ଟ ଆସିବାପରେ ପବନର ବେଗ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : May 4, 2019, 1:55 PM IST

For All Latest Updates

ABOUT THE AUTHOR

...view details