ଓଡିଶା

odisha

ETV Bharat / city

ଫନିର ପ୍ରଭାବରେ ପାରାଦୀପରେ ବ୍ୟାପକ କ୍ଷୟକ୍ଷତି - ଫନି

ବାତ୍ୟା ଫନି ପ୍ରଭାବରେ ଜଗତସିଂହପୁରରେ ମଧ୍ୟ ପବନର ବେଗ ଅଧିକ ରହିବା ସହ ବର୍ଷାର ପରିମାଣ ଅଧିକା ରହିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

By

Published : May 4, 2019, 5:00 AM IST

ଜଗତସିଂହପୁର: ବାତ୍ୟା ଫନି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି । ଯାହା ପ୍ରଭାବରେ ଜଗତସିଂହପୁରରେ ମଧ୍ୟ ପବନର ବେଗ ଅଧିକ ରହିବା ସହ ବର୍ଷାର ପରିମାଣ ଅଧିକା ରହିଛି । ଫନିର ତାଣ୍ଡବରେ ରାସ୍ତା ଉପରେ ବଡ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିବା ଦେଖାଯାଇଛି ।

ଘୂର୍ଣ୍ଣିଝଡ ଫନି ଲ୍ୟାଣ୍ଡଫଲ କରିବା ପରେ ପାରାଦୀପରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ବଡ ବଡ ଗଛ ଉପୁଡି ପଡିବା ସହ ଚାଳଛପର ମଧ୍ୟ ଉଡିଯାଇଛି। ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯିବାରୁ ବିଦ୍ୟୁତ ସରବରାହ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି ।

ବାଲିକୁଦା, ଏରସମା, ତ୍ରିତୋଲ, ରଘୁନାଥପୁର ଓ ନାଉଗାଁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫାଇଲିନ୍ ହୁଡହୁଡ ଠାରୁ ଫନି ଜିଲ୍ଲାରେ ଅଧିକ କ୍ଷତି କରିଛି ।

ଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details