ଓଡିଶା

odisha

ETV Bharat / city

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ 'ବୁଲବୁଲ'

ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟ ଦେଇ ଗତି କରିବ 'ବୁଲବୁଲ' । ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ନେଇ କରାଯାଉଛି ଆକଳନ ।

By

Published : Nov 8, 2019, 1:31 PM IST

Updated : Nov 8, 2019, 5:05 PM IST

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ 'ବୁଲବୁଲ'

ଭୁବନେଶ୍ବର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ବାତ୍ୟା 'ବୁଲବୁଲ'। ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟ ଦେଇ ଗତି କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଘଣ୍ଟା ପ୍ରତି 12 କିମି ବେଗରେ ଉତ୍ତର-ଦିଗକୁ ଅଗ୍ରସର ହେଉଛି ଏହି ସାମୁଦ୍ରିକ ଝଡ। ଏହାର ପ୍ରଭାବରେ ବର୍ତ୍ତମାନ ଓଡ଼ିଶା ଉପକୂଳରେ 35-45 କିମି ବେଗରେ ପବନ ବହୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା ‘ବୁଲବୁଲ’ ପାରାଦ୍ବୀପ ଠାରୁ 350 କିମି ଦୂରରେ ରହିଛି । ଧିରେ ଧିରେ ଏହା ସ୍ଥଳଭାଗର ନିକଟତର ହେବାରେ ଲାଗିଛି । ଏପଟେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ଏସଆରସି ଓ ପୋଲିସ ଡିଜିଙ୍କ ଉପସ୍ଥିତିରେ ଏହି ବାତ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ।

ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଟେଲିକମ କମ୍ପାନୀଙ୍କୁ କେନ୍ଦ୍ରୀୟ ସଚିବ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଏସଆରସି ପିକେ ଜେନା । ବିଶେଷ କରି ବାଲେଶ୍ବର ତଳସାରି ଉପରେ ନଜର ରହିଛି । ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବିଷୟରେ କେନ୍ଦ୍ରୀୟ ସଚିବଙ୍କୁ ଅବଗତ କରାଯାଇଛି।

ସେପଟେ, ପଶ୍ଚିମବଙ୍ଗରୁ ଆସିଥିବା କିଛି ଜାହାଜ ଫେରି ପାରୁପାରିନଥିବା ସୂଚନା ମିଳିଛି । ତେଣୁ ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ଧାମରାରେ ଆଜି ମତ୍ସ୍ୟଜୀବୀ ପହଞ୍ଚିବେ, ଏହାସହିତ ସେମାନଙ୍କୁ ସୁରକ୍ଷା ଦିଆଯିବ। ଏଭଳି ସ୍ଥିତିରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀ ଏବଂ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଜ୍ଞାନଦର୍ଶୀ ସାହୁ ଏବଂ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 8, 2019, 5:05 PM IST

ABOUT THE AUTHOR

...view details