ଓଡିଶା

odisha

ETV Bharat / city

ମହାବାତ୍ୟାରେ ରୂପ ନେଲା ଅମ୍ଫାନ - ମହାବାତ୍ୟା

ସାମୁଦ୍ରିକ ଝଡ ଅମ୍ଫାନ ମହାବାତ୍ୟାରେ ପରିଣତ ହୋଇପାରେ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ। ଅଧିକ ପଢନ୍ତୁ..

cyclone-amfan-update
cyclone-amfan-update

By

Published : May 18, 2020, 12:01 PM IST

ଭୁବନେଶ୍ବର: ସୋମବାର ସନ୍ଧ୍ୟା ସାଢ଼େ ୫ ଟା ରେ ସାମୁଦ୍ରିକ ଝଡ ଅମ୍ଫାନ ମହାବାତ୍ୟାରେ ପରିଣତ ହୋଇପାରେ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନରେ ପରିଣତ ହେବ ଅମ୍ଫାନ।

ମହାବାତ୍ୟାରେ ରୂପ ନେଲା ଅମ୍ଫାନ

ଏହା ବର୍ତ୍ତମାନ ଉତ୍ତର ପୂର୍ବ ଦେଇ ଗତି କରୁଛି। ଦକ୍ଷିଣ ପାରାଦୀପ ଠାରୁ ଏହାର ଦୂରତା ୭୯୦ କିମି ରହିଛି। ଘଣ୍ଟା ପ୍ରତି ୧୦ ରୁ ୧୩ ଘଣ୍ଟା ଦେଇ ଗତି କରୁଛି। ୨୦ ତାରିଖ ମଧ୍ୟାହ୍ନରେ ପଶ୍ଚିମବଙ୍ଗ ସାଗର ଦୀପ ଓ ବାଂଲାଦେଶରେ ହାତିଆ ଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବ।

ମହାବାତ୍ୟାରେ ରୂପ ନେଲା ଅମ୍ଫାନ

ବାତ୍ୟାରେ ଘଣ୍ଟା ପ୍ରତି ୨୦୦ ରୁ ୨୩୦ କିମି ପବନର ବେଗ ରହିପାରେ। ତେବେ ସେ ସମୟରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବର୍ଷାର ପରିମାଣ ବଢିବା ସହ ୬୫ ରୁ ୭୫ କିମି ବେଗରେ ପବନ ବୋହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details