ଭୁବନେଶ୍ବର : ପାର୍ବଣରେ ଆସୁଛି ଲଘୁଚାପ । ଫଳରେ ଫିକା ପଡିପାରେ ଏଥରର ଦୁର୍ଗାପୂଜା। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରାୟ ୪ ରୁ ୫ ଦିନ ପରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବାର ସମ୍ଭାବନା ରହିଛି।
ଆସୁଛି ବାତ୍ୟା; ଫିକା ପଡିପାରେ ଦୁର୍ଗାପୂଜା ! - ଲଘୁଚାପ
ପାର୍ବଣ ଋତୁରେ ଆସୁଛି ଲଘୁଚାପ । ଫଳରେ ଫିକା ପଡିପାରେ ଏଥର ଦୁର୍ଗାପୂଜା। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆସୁଛି ବାତ୍ୟା; ଫିକା ପଡିପାରେ ଦୁର୍ଗାପୂଜା !
ଅଧିକ ଘନୀଭୂତ ହେଲା ପରେ ଏହା ବାତ୍ୟାର ରୂପ ନେବ ନା ନାହିଁ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଭିନ୍ନ ମଡେଲ ମଧ୍ୟ ବାତ୍ୟାର ପ୍ରାକ ସମ୍ଭାବନାକୁ ଦର୍ଶାଇଛି। ଏହି ଲଘୁଚାପ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ। ତେଣୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ ,ଇଟିଭି ଭାରତ