ଓଡିଶା

odisha

ETV Bharat / city

ସେପ୍ଟେମ୍ବରରେ ଷାଠିଏ ଲକ୍ଷ ଠକିଛନ୍ତି ସାଇବର ଠକ

କମିଶନରେଟ ପୋଲିସର ତମାମ ସତର୍କତା ସଚେତନା ସତ୍ବେ ଲୋକେ ସଚେତନ ହେଉନାହାଁନ୍ତି । ଲୋକଙ୍କ ସଚେତନ ଅଭାବରୁ ସାଇବର ଠକାମିରେ ଲାଗୁନାହିଁ ରୋକ । ଫଳରେ ଗତ ସେପ୍ଟେମ୍ବର ମାସରେ ପୁଣି ୬୦ ଲକ୍ଷ ଲୁଟିବାରେ ସକ୍ଷମ ହୋଇଛନ୍ତି ସାଇବର ଲୁଟେରା । ଅଧିକ ପଢନ୍ତୁ...

cyber  cheater
cyber cheater

By

Published : Oct 1, 2021, 10:28 PM IST

ଭୁବନେଶ୍ବର:କମିଶନରେଟ ପୋଲିସର ତମାମ ସତର୍କତା ସଚେତନା ସତ୍ବେ ଲୋକେ ସଚେତନ ହେଉନାହାଁନ୍ତି । ଲୋକଙ୍କ ସଚେତନ ଅଭାବରୁ ସାଇବର ଠକାମିରେ ଲାଗୁନାହିଁ ରୋକ । ଫଳରେ ଗତ ସେପ୍ଟେମ୍ବର ମାସରେ ପୁଣି ୬୦ ଲକ୍ଷ ଲୁଟିବାରେ ସକ୍ଷମ ହୋଇଛନ୍ତି ସାଇବର ଲୁଟେରା ।

ସେପ୍ଟେମ୍ବରରେ ୬୦ ଲକ୍ଷ ଠକିଛନ୍ତି ସାଇବର ଠକ

ଆଜି ( ଶୁକ୍ରବାର) କମିଶନରେଟ ପୋଲିସ ସପ୍ଟେମ୍ବର ମାସର ଜାରି କରିଥିବା ତଥ୍ୟ ଅନୁସାରେ, ଗତ ମାସରେ ମୋଟ ୬୦ ଲକ୍ଷ ୪୮ ହଜାର ଟଙ୍କା ଲୁଟିଥିଲେ ସାଇବର ଲୁଟେରା । ସେଥିରୁ ୧୭ ଲକ୍ଷ ୪୫ ହଜାର ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ପୋଲିସ । ଏହାସହ କମିଶନରେଟ ପୋଲିସର ହେଲ୍ପ ଡେକ୍ସକୁ ଆସିଛି ୨୩୧ ଟି କଲ ।

କଲ ମଧ୍ୟରେ ରହିଛି ୧୩୬ ଟି ୟୁପିଆଇ ପେମେଣ୍ଟ । ୩୦ଟି କ୍ରେଡିଟ କାର୍ଡ ପେମେଣ୍ଟ । ୬୫ଟି କେସର ଅନ୍ୟାନ୍ୟ ଉପାୟରେ ଠକିଛନ୍ତି ସାଇବର ଠକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details