ଓଡିଶା

odisha

By

Published : Sep 18, 2022, 9:48 AM IST

Updated : Sep 18, 2022, 1:28 PM IST

ETV Bharat / city

ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜକୁ CWCର ଅନୁମୋଦନ

ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜକୁ ଅନୁମୋଦନ । ଅନୁମୋଦନ ଦେଇଛି ସିଡବ୍ଳ୍ୟୁସି । କଳାହାଣ୍ଡି ଜିଲ୍ଲା ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି । ଅଧିକ ପଢନ୍ତୁ

ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜକୁ CWC ର ଅନୁମୋଦନ
ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜକୁ CWC ର ଅନୁମୋଦନ

ଭୁବନେଶ୍ବର: ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜକୁ ଅନୁମୋଦନ । ଅନୁମୋଦନ ଦେଇଛି ସିଡବ୍ଳ୍ୟୁସି । କଳାହାଣ୍ଡି ଜିଲ୍ଲା ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି ।

ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍‌ କ୍ଷମତାସଂପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାରେ ୫୦୦ ମେଗାୱାଟ୍‌ର ଷ୍ଟୋରେଜ ପମ୍ପ ସକାଶେ ନିଗମ ପ୍ରସ୍ତାବ ରଖିଥିଲା । କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍‌ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି । ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ଅନୁମୋଦନ ସକାଶେ ଓଏଚ୍‌ପିସି କେନ୍ଦ୍ର ବିଦ୍ୟୁତ ପ୍ରାଧିକରଣ ନିକଟରେ ଆବେଦନ କରିବ । ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ । କଳାହାଣ୍ଡିର ଅଗମ୍ୟ ଅଞ୍ଚଳ ସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ ରହିଛି । ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ପ୍ରତ୍ୟେକ ଟର୍ବାବାଇନରୁ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପନ୍ନ ହେବ । ଏହା ଓଡ଼ିଶା ଶକ୍ତି ଗ୍ରୀଡ଼କୁ ବାର୍ଷିକ ୧୦୪୦ ମିଳିୟନ ୟୁନିଟ ବିଦ୍ୟୁତ ଯୋଗାଇବ ।

ସବୁଠାରୁ ଭଲ ଖବର ହେଲା ଯେ, ଏହି ପ୍ରକଳ୍ପ ନିମନ୍ତେ କାହାରିକୁ ବାସଚ୍ୟୁତ ହେବାକୁ ପଡ଼ିବ ନାହିଁ । ଏହା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାସହ ଅର୍ଥନୀତିର ବିକାଶରେ ସହଯୋଗ କରିବ । କେନ୍ଦ୍ରୀୟ ଜଳ କମିଶନର ଏହି ମଞ୍ଜୁରୀ ପ୍ରଦାନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି । ଗ୍ଲାସଗୋରେ ଆୟୋଜିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ-୨୬ ଅନୁସାରେ କାର୍ବନ ଡାଇଅକ୍ସସାଇଡ ନିଗର୍ମନ ଓ କାର୍ବନ ହଟାଇବ । ଏହା ସହ ୨୦୪୭ ସୁଦ୍ଧା ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଓଡ଼ିଶା ରଖିଥିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2022, 1:28 PM IST

ABOUT THE AUTHOR

...view details