ଭୁବନେଶ୍ବର: କଟକରେ ଥିବା ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି।
ମଧୁସୂଦନ ଲ’ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା
ମଧୁସୂଦନ ଲ’ କଲେଜକୁ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା । ଚଳିତ ବର୍ଷ ଜୁନରୁ କାର୍ଯ୍ୟକାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
madhusudan law college
ତେବେ ଏହା ଆସନ୍ତା ଜୁନ ମାସରୁ କାର୍ଯ୍ୟକାରୀ ହେବ । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପତି ଅନୁସାରେ ନୂଆ ବିଶ୍ବବିଦ୍ୟାଳୟର ନାଁ ହେବ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ରହିବେ ସବୁ ଆଇନ ମହାବିଦ୍ୟାଳୟ । ଏଥିରେ କିନ୍ତୁ ସ୍ବୟଂଶାସିତ ବିଶ୍ବବିଦ୍ୟାଳୟର ଆଇନ ମହାବିଦ୍ୟାଳୟ ସାମିଲ ହେବ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ