ଓଡିଶା

odisha

ETV Bharat / city

ସ୍ମାର୍ଟ ସିିଟିରେ ଆକାଶ ଛୁଆଁ ପରିବା ଦର, ସବୁ ୫୦ ପାର୍‌ - ଭୁବନେଶ୍ବରରେ ପରିବା ଦର ବୃଦ୍ଧି

ରାଜଧାନୀରେ ପରିବା ଦର ଆକାଶ ଛୁଆଁ ହୋଇଛି । ଯେଉଁ ପରିବାକୁ ଛୁଇଁବେ ଦର ୫୦ରୁ ଉପରେ । କିଣିବା ତ ଦୂରର କଥା, ଦର ଶୁଣି ବଜାର ଯିବାକୁ ମନଊଣା କରୁଛନ୍ତି ଗ୍ରାହକ । ଅଧିକ ପଢ଼ନ୍ତୁ...

ସ୍ମାର୍ଟ ସିିଟିରେ ଆକାଶ ଛୁଆଁ ପରିବା ଦର, ସବୁ ୫୦ ପାର୍‌
ସ୍ମାର୍ଟ ସିିଟିରେ ଆକାଶ ଛୁଆଁ ପରିବା ଦର, ସବୁ ୫୦ ପାର୍‌

By

Published : Oct 7, 2021, 9:44 PM IST

Updated : Oct 7, 2021, 10:29 PM IST

ଭୁବନେଶ୍ବର: ରାଜଧାନୀରେ ପରିବା ଦର ଆକାଶ ଛୁଆଁ ହୋଇଛି । ଯେଉଁ ପରିବାକୁ ଛୁଇଁବେ ଦର ୫୦ରୁ ଉପରେ । କିଣିବା ତ ଦୂରର କଥା, ଦର ଶୁଣି ବଜାର ଯିବାକୁ ମନଊଣା କରୁଛନ୍ତି ଗ୍ରାହକ । ସମୟ ଏମିତି ଯେ ପରିବା ବ୍ୟବସାୟୀ ମଧ୍ୟ କିଲୋ ପ୍ରତି ଦର ଡାକିବା ପରିବର୍ତ୍ତେ ଅଧକିଲୋ ଓ ୨୫୦ ଗ୍ରାମ ପ୍ରତି ଦର ଡାକୁଛନ୍ତି ।

ସ୍ମାର୍ଟ ସିିଟିରେ ଆକାଶ ଛୁଆଁ ପରିବା ଦର, ସବୁ ୫୦ ପାର୍‌

ଆଜି ଭୁବନେଶ୍ବରର ବିଭିନ୍ନ ବଜାରରେ ବିନ୍ସ କିଲୋ ପ୍ରତି 80 ଟଙ୍କା, କ୍ୟାପିସିକମ୍ 70 ଟଙ୍କା, ପୋଟଳ 60 ଟଙ୍କା, ବାଇଗଣ 70 ଟଙ୍କା ପ୍ରତି କିଲୋ ଦର ରହିଛି । ପିଆଜ କେଜି 50 ଟଙ୍କାରୁ କମ୍‌ରେ ମିଳୁନାହିଁ । କୋରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ଏଭଳି ସ୍ଥିତିରେ ପରିବାର ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଲୋକଙ୍କ ହାଣ୍ଡିଶାଳ ଉପରେ ପରିବା ଦରବୃଦ୍ଧି ପ୍ରଭାବ ପକାଇଛି ।

ପୂର୍ବରୁ ଯେଉଁମାନେ ଏକ କେଜି ପରିବା କିଣୁଥିଲେ ସେମାନେ ଏବେ ଏହାକୁ ଅଧା କରିଦେଇଛନ୍ତି । ଅନ୍ୟପଟେ ବ୍ୟବସାୟୀ ମଧ୍ୟ ଦର ବୃଦ୍ଧି ପାଇଁ ବ୍ୟବସାୟ କମିଥିବା କଥା କହିଛନ୍ତି ।
ଲଗାତାର ବାତ୍ୟା, ବନ୍ୟା ଫଳରେ ବିଭିନ୍ନ ସ୍ଥାନରୁ ଆମଦାନୀ ହେବାକୁ ଥିବା ପରିବା ନଷ୍ଟ ହୋଇଯାଇଛି । ଯାହାଫଳରେ ପରିବା ଦର ବୃଦ୍ଧି ପାଇଛି ବୋଲି କହିଛନ୍ତି ବ୍ୟବସାୟୀ ।

ବାହାର ରାଜ୍ୟରୁ ପରିବା ଆମଦାନୀ ବଢ଼ିବା ଯୋଗୁଁ ପରିବା ଦର ମଧ୍ୟ ବଢିବାର ମୂଳ କାରଣ ପାଲଟିଛି । ଆଗକୁ କାର୍ତ୍ତିକ ମାସ ଆସୁଛି । ଆଉ ଏକ ମାସରୁ ଦୁଇ ମାସ ଯାଏଁ ଦରବୃଦ୍ଧି ଲାଗି ରହିପାରେ ବୋଲି ଅନୁମାନ କରିଛନ୍ତି ବ୍ୟବସାୟୀ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 7, 2021, 10:29 PM IST

ABOUT THE AUTHOR

...view details