ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ନାଚିନାଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସିଏସଡ଼ି ସଂଘ। ଜଙ୍ଗଲ ଜମି ଅଧିକାର ଆଇନର ନିଷ୍କ୍ରିୟତାକୁ ନେଇ ଏହି ବିକ୍ଷୋଭ କରାଯାଇଥିଲା । ଏଥିରେ ଶହଶହ ଆଦିବାସୀ ଲୋକ ଏକତ୍ରୀତ ହୋଇ ପାରମ୍ପରିକ ନାଚରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିଏସଡ଼ି ସଂଘ ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି।
ରାଜରାସ୍ତାରେ ନାଚି ନାଚି ରାଜ୍ୟ ସିଏସଡ଼ି ସଂଘର ବିକ୍ଷୋଭ ପ୍ରଦର୍ଶନ - ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ
ରାଜ୍ୟ ସିଏସଡ଼ି ସଂଘ ପକ୍ଷରୁ ରାଜଧାନୀରେ ନାଚିନାଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଜଙ୍ଗଲ ଜମି ଅଧିକାର ଆଇନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଅବମାନନା କରୁଥିବା ଅଭିଯୋଗ କରିଛି ରାଜ୍ୟ ସିଏସଡ଼ି ସଂଘ। ସରକାର କେବଳ ଆଇନ କରିଦେଇ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି। ଏପରିକି ଆଦିବାସୀଙ୍କ ଜଙ୍ଗଲ ଜମି ଉପରେ ବିଭିନ୍ନ କମ୍ପାନୀ, ଶିଳ୍ପପତି, ପୁଞ୍ଜିପତି କବଜା କରିଛନ୍ତି। ସରକାର ନିଜର ସ୍ଵାର୍ଥ ପାଇଁ ଏ ସବୁ ଉପରେ ଧ୍ୟାନ ଦେଉ ନଥିବା ସଂଘ ଅଭିଯୋଗ ଆଣିଛି। ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସଂଘ ପ୍ରକାଶ କରିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ