ଓଡିଶା

odisha

ETV Bharat / city

ଅପହଞ୍ଚ ଇଲାକାରେ କୋରୋନା କବଚ, ସାନିଟାରି କିଟ୍‌ ଯୋଗାଇଥିଲେ CRPF - sanitary kits

ଅପହଞ୍ଚ ଇଲାକାରେ ସାନିଟାରି କିଟ ପହଞ୍ଚାଇଥିଲେ ସିଆରପିଏଫ ଯବାନ । ଅଧିକ ପଢନ୍ତୁ...

ଅପହଞ୍ଚ ଇଲାକାରେ କରୋନା କବଚ
ଅପହଞ୍ଚ ଇଲାକାରେ କରୋନା କବଚ

By

Published : Jul 3, 2021, 1:56 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ଓଡ଼ିଶାର ଅପହଞ୍ଚ ଇଲାକାରେ ମାସ୍କ ଓ ସାନିଟାଜର ପହଞ୍ଚାଇଥିଲେ ସିଆରପିଏଫ ଯବାନ। ଏପରିକି କୋରୋନାଠୁ ନିଜକୁ କିପରି ଦୂରେଇ ରଖିବ ସେନେଇ ମଧ୍ୟ ଲୋକଙ୍କୁ ସଚେତନ କରିଥିଲେ । ନୂଆପଡାର ସୋରସେନ,ସୁନାବେଡା,ଜାମୁଗାଁ ଭଳି ଅଞ୍ଚଳ, କନ୍ଧମାଳର ଗୋଛପଡା, ବରଣ୍ଡାପଡା ଭଳି ଆଦି ଅଞ୍ଚଳରେ ସିଆରପିଏଫ ଟିମ ପହଞ୍ଚାଇଥିଲେ ମାସ୍କ ଓ ସାନିଟାଜର ଭଳି ସାମଗ୍ରୀ ।

ଅପହଞ୍ଚ ଇଲାକାରେ କରୋନା କବଚ

ବିଗତ ଦୁଇବର୍ଷରେ ଓଡ଼ିଶା ସେକ୍ଟରରୁ କୋରୋନାରେ ପ୍ରାଣ ହରାଇଛନ୍ତି ୪ ଜଣ ସିଆରପିଏଫ ଯବାନ । ଡିଆଇଜି ସୁନିଲ ପତିଙ୍କ ସହ ଜଣେ ଏସଆଇ, ଦୁଇ ଜଣ ଯବାନ ମୋଟ ୪ଜଣ ପ୍ରାଣ ହରାଇଛନ୍ତି ବୋଲି କହିଛନ୍ତି ଆଇଜି ସଂଗ୍ରାମ କେଶରି ମହାନ୍ତି।

ତେବେ ଓଡ଼ିଶାରେ ଚଳିତ ବର୍ଷ ୬୫ହଜାର ବୃକ୍ଷ ରୋପଣ ପାଇଁ ଟାର୍ଗେଟ ରହିଛି । ଗତ ବର୍ଷ ୬୯ ହଜାର ବୃକ୍ଷ ରୋପଣ ଟାର୍ଗେଟ ରହିଥିଲା କିନ୍ତୁ ୭୫ ହଜାର ଗଛ ଲଗାଇଥିଲେ ସିଆରପିଏଫ ଯବାନ । ଏହାର ଦାୟିତ୍ବ ମଧ୍ୟ ନେଇଥିଲେ । ବର୍ତ୍ତମାନ ସୁଧା ରାଜ୍ୟ ସରକାରଙ୍କ ସହଯୋଗରେ ୩୫ ହଜାର ଗଛ ଲଗା ସରିଛି । ସାରା ଭାରତ ବର୍ଷରେ ସିଆରପିଏଫ ପକ୍ଷରୁ ଗତ ବର୍ଷ ୨୨ଲକ୍ଷ ବୃକ୍ଷରୋପଣ ଟାର୍ଗେଟ ରହିଥିଲା କିନ୍ତୁ ୨୭ ଲକ୍ଷ ଗଛ ଲଗାଯାଇଥିଲା । ଆଭ୍ୟନ୍ତରୀଣ ସୁରକ୍ଷା ବଜାୟ ରଖିବାର ମୂଳ ଉଦ୍ଦେଶ୍ୟ ସହିତ ସାମାଜିକ ଦାୟିତ୍ବ ପ୍ରତିବଦ୍ଧ ବୋଲି ଆଇଜି କହିଛନ୍ତି।

ଏହି ଅବସରରେ ପର୍ଯ୍ୟାବରଣ ସରଂକ୍ଷକ ନାମକ ଏକ ବୁକଲେଟ ମଧ୍ୟ ଉନ୍ମୋଚନ କରାଯାଇଛି । ତେବେ ରାଜ୍ୟରେ ୮ଟି ସିଆରପିଏଫ ବାଟାଲିୟନ ରହିଛି ତା ସହିତ ଗୋଟିଏ କୋବ୍ରା ବାଟାଲିୟନ ରହିଛି । ଯେକି ଓଡିଶା ପୋଲିସ ସହ ମାଓ ଅପରେସନରେ ମିଳିତ ସହଯୋଗ କରିଆସୁଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ଅନୁଦାନରେ ଗତବର୍ଷ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବୃକ୍ଷ ରୋପଣ ସହ ଅରଗାନ ଡୋନେସନ, ଦିବ୍ୟାଙ୍ଗ ଶିକ୍ଷା ଓ ପୌଢ଼ ଶିକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ସିଆରପିଏଫର ଯବାନ ଓ ଅଫିସର ମାନେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details