ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ବୁଲୁଛି କୁମ୍ଭୀର !

ରାଜଧାନୀରେ ବୁଲୁଛି ବିରାଟ କୁମ୍ଭୀର । କୁଆଖାଇ ନଦୀରେ ଦେଖିବାକୁ ମିଳିଛି 15 ଫୁଟର କୁମ୍ଭୀର । ନଦୀରେ ଗାଧୋଉଥିବା ବେଳେ କୁମ୍ଭୀରକୁ ଦେଖିଛନ୍ତି କିଛି ସ୍ଥାନୀୟ ମହିଳା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

By

Published : Aug 31, 2019, 6:54 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଛି କୁମ୍ଭୀର । ନାହାରକଣ୍ଟା ଅନ୍ତର୍ଗତ ବାସୁଦେବପୁର ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର । ଜଣେ ମହିଳା ସକାଳ ସମୟରେ ନଦୀରେ ଗାଧୋଉଥିବା ସମୟରେ ଏକ କୁମ୍ଭୀରକୁ ଦେଖିଥିଲେ । ପରେ ଜୀବନ ବିକଳରେ ନଦୀରୁ ଉପରକୁ ଧାଇଁ ଆସିଥିଲେ। ତେବେ ଏହି ଖବର ଶୁଣିବା ପରେ ଗ୍ରାମବାସୀ ଭୟଭୀତ ରହିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅନୁଧ୍ୟାନ କରୁଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ମହିଳାଙ୍କ କହିବା ଅନୁଯାଇ କୁମ୍ଭୀରର ଲମ୍ବ ପ୍ରାୟ 15 ଫୁଟ ହେବ । ଖବର ପ୍ରଚାର ହେବା କ୍ଷଣି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, 10 ଦିନ ତଳେ ସେହି ଗ୍ରାମର ଜଣେ ଲୋକ କୁମ୍ଭୀର ଦେଖିଥିବା ଗାଁ ରେ କହିଥିଲେ ହେଲେ ଲୋକ ଏହାକୁ ବିଶ୍ବାସ କରିନଥିଲେ। ବୁଧବାର ସନ୍ଧ୍ୟାରେ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀରକୁ ଦେଖିଥିଲେ । ଏହା ଦେଖିବା ମାତ୍ରେ ବନ ବିଭାଗକୁ ଜଣାଇଥିଲେ। ତେବେ ବନ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସେହି ଅଞ୍ଚଳରେ ଆଲର୍ଟ ଜାରି କରିଥିଲା । ପୁନର୍ବାର ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳିଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details