ଓଡିଶା

odisha

ETV Bharat / city

ଫୋକସରେ ସାଇବର କ୍ରାଇମ, ଆଡ଼ଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ - କ୍ରାଇମବ୍ରାଞ୍ଚ

ସୋସିଆଲ ମିଡିଆରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟାଙ୍କ ନାଁରେ ଆସୁଥିବା ମିଥ୍ୟା କଲ ପ୍ରତି ସତର୍କ ରୁହନ୍ତୁ । ତେବେ ଅନଲାଇନ ବ୍ୟାଙ୍କିଙ୍ଗ ଓ ପାସୱାର୍ଡର ସୁରକ୍ଷା ପ୍ରତି ସଚେତନତା ରହିବା ପାଇଁ ଆଡ଼ଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ ।

ପ୍ରତିକାତ୍ମକ ଫଟୋ

By

Published : Jul 18, 2019, 7:01 PM IST

ଭୁବନେଶ୍ୱର: ସାଇବର ଅପରାଧକୁ ନେଇ କ୍ରାଇମବ୍ରାଞ୍ଚର ନୂଆ ଆଡ଼ଭାଇଜରି ଜାରି । ନୂଆ ଟେକ୍ନୋଲୋଜିରେ ଅପରାଧ ହେଉଥିବାରୁ ଲୋକଙ୍କୁ ସଚେତନ କରିଛି କ୍ରାଇମବ୍ରାଞ୍ଚ ବିଭାଗ ।

ନିରାପଦ ଏଟିଏମ କାର୍ଡ ଓ ଇଣ୍ଟରନେଟ ବ୍ୟବହାରକୁ ଗୁରୁତ୍ୱ ଦେଇଛି କ୍ରାଇମ୍ବବ୍ରାଞ୍ଚ । ସୋସିଆଲ ମେଡିଆରେ ସତର୍କତା ଓ ସୁରକ୍ଷିତ ବ୍ୟବହାର, ବ୍ୟାଙ୍କ ନାଁରେ ଆସୁଥିବା ମିଥ୍ୟା କଲ ପ୍ରତି ସତର୍କ ରହିବା, ଅନଲାଇନ ବ୍ୟାଙ୍କିଙ୍ଗ ଓ ପାସୱାର୍ଡର ସୁରକ୍ଷା ପ୍ରତି ସଚେତନ ଅବଲମ୍ବନ କରିବା ପାଇଁ ଆଡ଼ଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।

ଆଡଭାଇଜରି


ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟକୁ କିଭଳି ସୁରକ୍ଷିତ ରଖିବେ:

- କାହାକୁ ନିଜର ବ୍ୟାଙ୍କ ଇନ୍ସୁରାନ୍ସ ଆକାଉଣ୍ଟର ତଥ୍ୟ ଫୋନ, ଇମେଲ ଆଦି କାହାରିକୁ ମେସେଜ ମାଧ୍ୟମରେ ଦିଅନ୍ତୁ ନାହିଁ । ଏହି ତଥ୍ୟ ମାଗୁଥିବା ବ୍ୟକ୍ତି ସାଇବର ଠକ । ତେଣୁ ସତର୍କ ରୁହନ୍ତୁ ।
- 16 ସଂଖ୍ୟା ବିଶିଷ୍ଟ ଏଟିଏମ କାର୍ଡ , କାର୍ଡର ସମୟ ସୀମା, କାର୍ଡ ପଛ ପାଖରେ ଥିବା ସିଭିଭି ନମ୍ବର ଆପଣଙ୍କ ଫୋନକୁ ଆସୁଥିବା ଓଟିପି ନମ୍ବର କାହାରିକୁ ଦିଅନ୍ତୁ ନାହିଁ । ସାଧାରଣତଃ ସାଇବର ଠକ ମାନେ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଅପଣଙ୍କୁ ଠକି ପାରନ୍ତି ।

- ଅପଣଙ୍କ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରନ୍ତୁ । ଯାହାକି ବ୍ୟାଙ୍କ ତଥ୍ୟ ଗୁଡିକ ଅପଣଙ୍କ ନମ୍ବରକୁ ଆସିବ ।

-ଇଣ୍ଟରନେଟ କିମ୍ବା କୋର ବ୍ୟାଙ୍କିଙ୍ଗ ନଥିବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନିରାପତ୍ତା ଦୃଷ୍ଟିରୁ ଠିକ ନୁହେଁ । ତେଣୁ ଧ୍ୟାନ ରଖନ୍ତୁ ।
-ମାଗଣା ୱାଇଫାଇ ଜୋନରେ କୌଣସି ବ୍ୟାଙ୍କ ସମ୍ୱନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ ।
-ଅନଲାଇନ ବ୍ୟାଙ୍କିଙ୍ଗର ପାସୱାର୍ଡ ତଥ୍ୟ ଏଟିଏମ ପିନ୍ ନମ୍ବରକୁ ମଝିରେ ମଝିରେ ବଦଳାଇବା ଆବଶ୍ୟକ ।

ଆଡଭାଇଜରି

କାର୍ଡ ସମ୍ବନ୍ଧୀୟ ଅଭିଯୋଗ:

- ଏଟିଏମ କିମ୍ବା କ୍ରେଡିଟ କାର୍ଡ ସମ୍ୱନ୍ଧୀୟ କୌଣସି ଫ୍ରଡ଼ ଟ୍ରାଞ୍ଜକ୍ସନର ମେସେଜ ଅପଣଙ୍କ ଫୋନ ନମ୍ବରକୁ ଆସିଥାଏ ତେବେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ପୁଣି ଥରେ ସେହି ଆକାଉଣ୍ଟରୁ ଟଙ୍କା କାରବାର ବନ୍ଦ କରନ୍ତୁ । ନିକଟସ୍ଥ ପୋଲିସ ଥାନାରେ ଲିଖିତ ଅଭିଯୋଗ କରନ୍ତୁ ।

- ଯଦି କୌଣସି ବ୍ୟକ୍ତି ଏଭାଳି ଠକାମିର ଶିକାର ହୁଅନ୍ତି ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିୟମାବଳୀ ଅନୁସାରେ ତିନିଦିନ ଭିତରେ ବ୍ୟାଙ୍କକୁ ଲିଖିତ ଆକାରରେ ଜଣାନ୍ତୁ । କିମ୍ବା ସିଏମଏସ ପୋଟାଲକୁ ଯାଇ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ ଓ ଅପଙ୍କ ଅଭିଯୋଗ ବାବଦରେ ସମସ୍ତ ବିବରଣୀ ପ୍ରାପ୍ତ କରିପାରିବେ ।

ଆଡଭାଇଜରି

ପାସୱାର୍ଡ ସିକ୍ୟୁରିଟି:

- ବିଭିନ୍ନ ସୋସିଆଲ ମେଡିଆ ଆକାଉଣ୍ଟ ପାଇଁ ଭିନ୍ନ ଭିନ୍ନ ପାସୱାର୍ଡ ରଖନ୍ତୁ । କାହାକୁ ନିଜର ସୋସିଆଲ ମିଡିଆର ପାସୱାର୍ଡ ଦିଅନ୍ତୁ ନାହିଁ ।

-ଆକାଉଣ୍ଟକୁ ଦୁଇ ସ୍ତରୀୟ ସୁରକ୍ଷା ପ୍ରଦାନ କରନ୍ତୁ ।
10 ଅକ୍ଷର ବିଶିଷ୍ଟ କଷ୍ଟ ପାସୱାର୍ଡ ରଖନ୍ତୁ । ଯେଉଁଥିରେ ଅକ୍ଷର, ନମ୍ବର, ସ୍ୱତନ୍ତ୍ର ଚିହ୍ନ ରହିଥିବ।

-ପୁରୁଣା ପାସୱାର୍ଡକୁ ବ୍ୟବହାର କରନ୍ତୁ ନାହିଁ । ପାସୱାର୍ଡକୁ କମ୍ପୁଟର କି ନୋଟବୁକରେ ଲେଖନ୍ତୁ ନାହିଁ ।

-ଇଂରାଜୀ ଶବ୍ଦକୋଷରେ ଥିବା ଶବ୍ଦକୁ ପାସୱାର୍ଡ ଭାବରେ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ହ୍ୟାକରମାନେ ଅତି ସହଜରେ ଅପଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ କରିପାରିବେ ।

ଆଡଭାଇଜରି

ଶିଶୁମାନଙ୍କ ପାଇଁ ଇଣ୍ଟରନେଟର ସୁରକ୍ଷା:
- ପିଲାମାନେ କେଉଁ କେଉଁ ୱେବସାଇଟ ଦେଖୁଛନ୍ତି ସେ ବାବଦରେ ନଜର ରଖନ୍ତୁ ।

-ସୋସିଆଲ ମେଡିଆରେ ଆକାଉଣ୍ଟ ଖୋଲିବା ସମୟରେ ସେହି ୱେବସାଇଟର ପ୍ରାଇଭେସି ପଲିସିକୁ ଭଲ ଭାବରେ ପଢନ୍ତୁ ।
-ସୋସିଆଲ ମିଡିଆରେ ଆପଙ୍କର କୌଣସି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ ।

-ସୋସିଆଲ ମେଡିଆ ଆକାଉଣ୍ଟରେ କୌଣସି ଗୁରୁତ୍ବପୂର୍ଣ୍ଣ ପୋଷ୍ଟ ହୋଇଥିବା ଜିନିଷକୁ ଠିକ ବୋଲି ଭାବି ଆଖିବୁଜି ବିଶ୍ୱାସ କରନ୍ତୁ ନାହିଁ ।

-ସୋସିଆଲ ମିଡିଆରେ କୌଣସି ଅଶ୍ଲୀଳ ଭାଷା ତଥା ଘୃଣ୍ୟ ଖରାପ ତଥ୍ୟ ପୋଷ୍ଟ କରନ୍ତୁ ନାହିଁ । ଏହା ଆଇନ ଅନୁଯାୟୀ ଅପରାଧ ।

-ପ୍ରତିଥର ସୋସିଆଲ ମେଡିଆରେ ଆକାଉଣ୍ଟ ଖୋଲିବା ପରେ ସାଇନ ଆଉଟ କିମ୍ବା ଲଗ ଆଉଟ କରନ୍ତୁ ।

-କୌଣସି ଅଜଣା ଲିଙ୍କକୁ ବ୍ଲକ କରନ୍ତୁ ନାହିଁ କି ଅଜଣା ମେଲରୁ ଡାଉନଲୋଡ କରନ୍ତୁ ନାହିଁ । ଏଥିରେ ଭାଇରସ ଥାଇପାରେ ଓ ଏଥିରେ ଆପଣଙ୍କ ତଥ୍ୟ ଚୋରି ହୋଇଯାଇପାରେ ।
-ମାଗଣା ୱାଇଫାଇ ଜୋନରେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ କାମ କରନ୍ତୁ ନାହିଁ ।

ଏଟିଏମ କାର୍ଡ ବ୍ୟବହାର ଜନିତ ସାବଧାନତା:

- ଏଟିଏମ ପିନ ନମ୍ବର ମାରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

-ଏଟିଏମ ବୁଥ ନିକଟରେ ଅଜଣା ବ୍ୟକ୍ତିର ଚଳପ୍ରଚଳକୁ ଲକ୍ଷ୍ୟ ରଖନ୍ତୁ । ପିନ ନମ୍ବରକୁ ଲୁଚାଇ ମାରନ୍ତୁ ।

- ଏଟିଏମ କାର୍ଡ ତଥା ପିନ ନମ୍ବର କାହାରିକୁ ଦିଅନ୍ତୁ ନାହିଁ ।

-ଏଟିଏମ କାର୍ଡ ଚୋରି ହୋଇଗଲେ କିମ୍ବା ହଜିଗଲେ, ତୁରନ୍ତ ଏଟିଏମ କାର୍ଡକୁ ବ୍ଲକ କରନ୍ତୁ, ବ୍ୟାଙ୍କରେ ଏ ସମ୍ବନ୍ଧୀୟ ଲଖିତ ଭାବରେ ଜଣାନ୍ତୁ ।

-ନିଜର ଜନ୍ମ ତାରିଖ , ଘର ଠିକଣା, ମୋବାଇଲ ନମ୍ବରକୁ ଏଟିଏମ ପିନ ଭାବରେ ବ୍ୟବହାର କରନ୍ତୁ ନାହିଁ ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details