ଓଡିଶା

odisha

ETV Bharat / city

ରଥଯାତ୍ରା ବନ୍ଦ ପାଇଁ କିଏ ରଚିଥିଲା ଷଡଯନ୍ତ୍ର ? ଏବେ ଶ୍ରେୟ ନେବାକୁ ଟଣାଓଟରା - ରଥ

ମାଉସୀ ମା ଘରେ ପହଁଚିଛନ୍ତି ମହାବାହୁ । କିନ୍ତୁ କାଳିଆର ଘୋଷଯାତ୍ରା ବନ୍ଦ ପ୍ରସଙ୍ଗ ଝଡ଼ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ରଥଯାତ୍ରା ହେବା ପରେ କିଏ ବାଃ ବାଃ ନେବାକୁ ଉଦ୍ୟମ କରୁଛି ? ବିଜେଡି- ନା ବିଜେପି ? ଏହା ଭିତରେ ବୁଧବାର ରାଜ୍ୟ ବିଜେପିର ଟ୍ବିଟ ଦ୍ବନ୍ଦ୍ବ ଦ୍ବିଗୁଣିତ କରିଛି ।

who-conspired-to-stop-the-rath-yatra
who-conspired-to-stop-the-rath-yatra

By

Published : Jun 24, 2020, 9:52 PM IST

ଭୁବନେଶ୍ବର: କିଏ କରିଥିଲା ଷଡଯନ୍ତ୍ର ? ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନକରିବା ପାଇଁ କିଏ ରଚିଥିଲା ହୀନ ଯୋଜନା ? କୋଟି କୋଟି ଭକ୍ତଙ୍କ ଭାବାବେଗ ସହିତ ଖେଳିବାକୁ କାହିଁକି ହୋଇଥିଲା ଉଦ୍ୟମ । ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବା ପରେ ଏବେ ଉଠିଛି ଝଡ଼ । ବୁଧବାର ରାଜ୍ୟ ବିଜେପି ତରଫରୁ ଏକ ଟ୍ୱିଟ କରାଯାଇଥିଲା । ଯେଉଁଥିରେ ଦ୍ୱନ୍ଦ୍ବ ସୃଷ୍ଟି କରୁଥିବା ତତ୍ତ୍ୱ ମାନଙ୍କ ଚକ୍ରାନ୍ତ ପଣ୍ଡ ହେଲା । କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ସୁପ୍ରିମକୋର୍ଟ ପ୍ରଭାବିତ ହେଲେ ବୋଲି ଲେଖାଯାଇଛି । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମକୁ ଦଳ ପ୍ରଶଂସା କରିଛି ।

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ କିଏ ରଚିଥିଲା ଷଡ଼ଯନ୍ତ୍ର , ଶ୍ରେୟ ପାଇଁ ମୁହାଁମୁହିଁ ଦୁଇ ଦଳ

ବିଜେପି ଦଳର ଏହି ଟ୍ୱିଟ ଓ ଏହାକୁ ଖୋଦ ରାଜ୍ୟ ସଭାପତି ରିଟ୍ୱିଟ କରିବା ପରେ ଏବେ ପ୍ରଶ୍ନ ଉଠିଛି କାହାକୁ ଇଙ୍ଗିତ କରିଛି ବିଜେପି। ଏମିତି ଦେଖିବାକୁ ଗଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରଠୁ ରାଜ୍ୟ ବିଜେପି ନେତା, କେନ୍ଦ୍ରୀୟ ନେତା ଲଗାତାର ଭାବରେ ଟ୍ୱିଟ କରି ଶ୍ରେୟ ନେବାକୁ ହକଦାର ବୋଲି ପରୋକ୍ଷରେ କହି ଆସୁଛନ୍ତି । ତେବେ ବିଜେପିର ଏଭଳି ଇଙ୍ଗିତ ବିଜେଡି ବା ରାଜ୍ୟ ସରକାରଙ୍କୁ ନୁହେଁ ତ ? କାହିଁକି ନା ପ୍ରଥମ ପର୍ଯ୍ୟାୟରେ ସୁପ୍ରିମକୋର୍ଟ ଶୁଣାଣି ପରେ ଯେଉଁଭଳି ଭାବରେ ରାଜ୍ୟ ସରକାର ଚୁପ ବସି ପଡିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । ହୁଏତ ରାଜ୍ୟ ଭାବି ନେଇଥିଲା କି କେନ୍ଦ୍ର ବି ସମର୍ଥନ କରୁଛି କି ରଥଯାତ୍ରା ନହେଉ। ଏହାରି ଭିତରେ ପୁଣି ପ୍ରସଙ୍ଗ ବଦଳି ଯାଇଥିଲା । ଓଡ଼ିଶାବାସୀ ତଥା ପୁରୀବାସୀଙ୍କୁ ବିଜେପି ଏହା ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ଚାହିଁଲା କି କେବଳ କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ରଥଯାତ୍ରା ହେଲା ।

ବିଜେପି ସଭାପତିଙ୍କ ମାପଚୁପ ବୟାନ ସାଙ୍ଗକୁ ଟ୍ୱିଟ ବାର୍ତ୍ତା ଏହା ସ୍ପଷ୍ଟ କରିଛି । ଏଥିସହିତ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହର ମଧ୍ୟ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ଯାହା ଏହି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। କାହଁକି ନା ଚକ୍ରାନ୍ତକାରୀ ଭାବେ ବିଜେପି କୌଣସି ସ୍ବେଚ୍ଛାସେବୀ ସଂଗଠନ କି ଅନ୍ୟ କୌଣସି ଦଳକୁ ଇଙ୍ଗିତ କରିବାର କୌଣସି ଯଥାର୍ଥତା ନାହିଁ। ସେପଟେ ବିଜେଡି ଯିଏ କି ରଥଯାତ୍ରା ହେବା ପଛରେ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ଯୋଡି ଗଣମାଧ୍ୟମରେ ବୟାନ ଦେଉଛି । କେବଳ ରାଜ୍ୟର ଉଦ୍ୟମ ବୋଲି ସରକାର କହୁ ନଥିବା ବେଳେ ବିଜେପି କିନ୍ତୁ ନିଜ ଆଡକୁ ସବୁ ଶ୍ରେୟ ନେଉଛି । ତାପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନାମରେ।

ରଥଯାତ୍ରା ବନ୍ଦ ପ୍ରସଙ୍ଗରେ କିଏ ରଚିଥିଲା ଷଡ଼ଯନ୍ତ୍ର , ଶ୍ରେୟ ପାଇଁ ମୁହାଁମୁହିଁ ବିଜେପି-ବିଜେଡ଼ି

ବିଜେଡି ମଧ୍ୟ ନୀରବ ରହି ବିଜେପିର ଆଭିମୁଖ୍ୟ ଉପରେ ନଜର ରଖିଛି। ବିଜେପି ଟ୍ୱିଟ କିମ୍ବା ନେତ୍ରୀଙ୍କ ମନ୍ତବ୍ୟ ଉପରେ ଦଳର ନେତା ନିରବ ରହୁଛନ୍ତି। ପ୍ରଶ୍ନ କଲେ ବି ଏଡାଇ ଯାଇ ପଳାଉଛନ୍ତି। ଦଳ ସବୁ ନେତାଙ୍କୁ ହ୍ବିପ ଜାରି କରିଛି ଏନେଇ କେହି ମୁହଁ ନଖୋଲିବାକୁ । ହୁଏତ ରଥ ପର୍ବ ଶେଷ ହେବା ପରେ ବିଜେଡି କିଛି ନିଷ୍ପତ୍ତି ଶୁଣାଇ ପାରେ ।


ଏହାରି ଭିତରେ କଂଗ୍ରେସ ମଜା ଦେଖୁଛି । ଦୁଇ ଦଳ କେତେବେଳେ କୋଳାକୋଳି ତ ଆଉ କେତେବେଳେ କଳି କରୁଥିବା ବେଳେ କଂଗ୍ରେସ କହିଛି ସବୁ ଜଗାର ଇଛା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details