ଓଡିଶା

odisha

ETV Bharat / city

16ରେ ଶ୍ରୀପଞ୍ଚମୀ, ବିଦ୍ୟାଦାତ୍ରୀଙ୍କ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର

ଆସନ୍ତା 16 ତାରିଖରେ ଶ୍ରୀପଞ୍ଚମୀ ଅର୍ଥାତ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା । ଏନେଇ ମାଆଙ୍କ ପ୍ରତିମୂର୍ତ୍ତି ତିଆରିରେ ବ୍ୟସ୍ତ ରହିଛନ୍ତି କାରିଗର । ଅଧିକ ପଢନ୍ତୁ...

ବିଦ୍ୟାଦାତ୍ରୀଙ୍କ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର
ବିଦ୍ୟାଦାତ୍ରୀଙ୍କ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର

By

Published : Feb 12, 2021, 9:51 PM IST

ଭୁବନେଶ୍ବର: ଆସନ୍ତା 16 ତାରିଖରେ ଶ୍ରୀପଞ୍ଚମୀ ଅର୍ଥାତ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା । କୋରୋନା ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଯାଉଥିବା ଏହା ଏକ ବଡ଼ ପର୍ବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛନ୍ତି ମୂର୍ତ୍ତି କାରିଗର । ରାଜଧାନୀ ଭୁବନେଶ୍ବର ଏମାନେ ନିଜର ବ୍ୟବସାୟକୁ ବଞ୍ଚାଇବା ସହ କୋରୋନା ସମୟରେ ହରାଇଥିବା ଜୀବିକାର ପୁନାରୁଦ୍ଧର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସେଥିପାଇଁ 15 ଦିନ ଆଗରୁ ମା ସରସ୍ବତୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏବେ ଏହାକୁ କିପରି ଶେଷ କରି ମାର୍କେଟରେ ପହଞ୍ଚାଇବେ ସେଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।

ବିଦ୍ୟାଦାତ୍ରୀଙ୍କ ମୂର୍ତ୍ତି ତିଆରିରେ ବ୍ୟସ୍ତ କାରିଗର

ତେବେ କୋରୋନାର ମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଏବେ ବି ଯେତିକି ମୂର୍ତ୍ତି ତିଆରି କରିଛନ୍ତି ତାହା ବିକ୍ରି ହେବ କି ନାହିଁ ସେନେଇ ଚିନ୍ତା ପ୍ରକଟ କରିଛନ୍ତି କାରିଗର । କାରଣ ପୂର୍ବ ବର୍ଷଗୁଡିକ ଭଳି ଲୋକମାନଙ୍କ ନିକଟରୁ ତାଙ୍କ ପାଖକୁ ଅର୍ଡର ଆସି ନାହିଁ । ଏହାସତ୍ତ୍ବେ ବି ସେମାନେ କେବଳ ବେପାର ଆଶାରେ ନିଜ କାର୍ଯ୍ୟ ଜାରି ରଖିଥିବା ପ୍ରକାଶ କରିଛନ୍ତି ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details